ଫ୍ରାନ୍ସର ପରାଜୟ ପରେ ପ୍ୟାରିସରେ ଦଙ୍ଗା…

ପ୍ୟାରିସ,୧୯।୧୨ : କତାରରେ ଫିଫା ବିଶ୍ୱକପ ୨୦୨୨ ର ଫାଇନାଲରେ ଆର୍ଜେଣ୍ଟିନାଠାରୁ ଫ୍ରାନ୍ସର ଲଢ଼ୁଆ ପରାଜୟ ପରେ ଫୁଟବଲ ପ୍ରଶଂସକମାନେ ଦଙ୍ଗା କରିଛନ୍ତି। ଫୁଟବଲ ପ୍ରଶଂସକମାନେ ଲିୟନ, ନିସ ଏବଂ ରାଜଧାନୀ ପ୍ୟାରିସ ରାସ୍ତାରେ ଭଙ୍ଗାରୁଜା କରିଛନ୍ତି। ଏହା ସହିତ ପୋଲିସ ସହିତ ମଧ୍ୟ ଧସ୍ତାଧସ୍ତି କରିଛନ୍ତି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଫାଙ୍କା ଗୁଳି, ପାଣି ତୋପ ଏବଂ ଲୁହବୁହା ଗ୍ୟାସ ଚଳାଇବାକୁ ପଡ଼ିଛି।
ଫୁଟବଲ ବିଶ୍ୱକପ ଫାଇନାଲରେ ବିଜୟ ଆଶାରେ ହଜାର ହଜାର ପ୍ରଶଂସକ ପ୍ୟାରିସ ଏବଂ ଫ୍ରାନ୍ସର ଅନ୍ୟ ସହରରେ ଏକାଠି ହୋଇଥିଲେ।

ଫ୍ରାନ୍ସର ଫୁଟବଲ ପ୍ରଶଂସକମାନେ ଫାଇନାଲ ମ୍ୟାଚ ଦେଖିବା ପାଇଁ ବାର୍‌ ଏବଂ ରେଷ୍ଟୁରାଣ୍ଟରେ ଏକାଠି ହୋଇଥିଲେ, କାରଣ ପ୍ୟାରିସ ଏବଂ ଅନ୍ୟାନ୍ୟ ସହର ଏହି ମ୍ୟାଚ ପ୍ରସାରଣ ପାଇଁ ଆଉଟଡୋର ପରଦା ସ୍ଥାପନ କରିବାକୁ ମନା କରାଯାଇଥିଲା।

ଫାଇନାଲ ମ୍ୟାଚ ପୂର୍ବରୁ ରବିବାର ଦିନ, ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଫ୍ରାନ୍ସରେ ୧୪,୦୦୦ରୁ ଅଧିକ ପୋଲିସ ନିୟୋଜିତ ହୋଇଥିଲେ। କାରଣ ପୂର୍ବରୁ ଏକ ଆଶଙ୍କା ରହିଥିଲା ଯେ ଫୁଟବଲ ପ୍ରଶଂସକମାନେ ଦଙ୍ଗା କରି ପାରନ୍ତି।

Share