Categories: Video

ବିଦାୟ ଦିଲୀପ କୁମାର

୧୯୨୨ ମସିହା ଡିସେମ୍ବର ୧୧ , ସେତେବେଳର ବ୍ରିଟିସ୍ ଶାସନରେୂ ଥିବା ଭାରତର ପେଶୱାରରେ ଜନ୍ମ ଗ୍ରହଣ କରିଥିଲେ ଏହି ମହାନ କଳାକାର । ଯାହା ଏବେ ପଡୋଶୀ ପାକିସ୍ତାନର ଅଂଶ ବିଶେଷ । ଦିଲୀପଙ୍କ ବାପା ଥିଲେ ଜଣେ ଫଳ ବ୍ୟବସାୟୀ । ୧୯୩୦ ମସିହାରେ ନିଜର ବ୍ୟବସାୟ ବଢାଇବା ପାଇଁ ତାଙ୍କ ପୁରା ପରିବାର ଚାଲି ଆସିଥିଲେ ମୁମ୍ବାଇ । ଆଉ ସେବେ ଠାରୁ ସେ ଅଟକି ଯାଇଥିଲେ ମାୟା ନଗରୀରେ ।