ପାଣିରେ ଭାସିଲା ପାଚିଲା ଧାନ

ନିଶ୍ଚିନ୍ତକୋଇଲି,୫ା୧୨(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ବାତ୍ୟା ‘ଜଓ୍ବାଦ’ ପ୍ରଭାବରେ ମୁଖ୍ୟତଃ ଧାନ ଫସଲ ନଷ୍ଟ ହୋଇଛି। ବର୍ଷା ପବନ ବଢ଼ିଥିବାରୁ ଲୋକେ ଗୃହବନ୍ଦୀ ହୋଇ ରହିଛନ୍ତି। ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। କିଛି ଚାଷୀ ତରବରିଆ ଭାବେ ଧାନ କାଟି ଘରକୁ ଆଣିଥିଲେ ସେମାନଙ୍କ ଖଳାରେ ଧାନ ନଷ୍ଟ ହୋଇଥିବା ବେଳେ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ପାଚିଲା ଧାନ ବିଲରେ ନଷ୍ଟ ହୋଇଥିବାରୁ ଚାଷୀ ବର୍ଷକର ଆହାର ହରାଇବା ଆଶଙ୍କା କରାଯାଉଛି। କେବଳ ଧାନ ନୁହେଁ ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଯାଇଛି।

Share