ଗଞ୍ଜାମ,୧୦।୧୨(ଡି.ଏନ୍.ଏ.): ଲଗାଣ ବର୍ଷାରେ ଗଞ୍ଜାମ ଅଞ୍ଚଳର ବିଭିନ୍ନ ଚାଷ ଜମିରେ ପାଣି ଜମି ଧାନ ସବୁ ନଷ୍ଟ ହୋଇଯାଇଛି । ଏ ନେଇ ଗଞ୍ଜାମ ଏନ୍ଏସି ଯୁବ ବିଜେଡି ପକ୍ଷରୁ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତି ସହିଥିବା ଚାଷୀଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ ଦେବାକୁ ଶୁକ୍ରବାର ତହସିଲଦାର ଅରୁଣ କୁମାର ନାୟକଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଦାବିପତ୍ର ଦେବାବେଳେ ଯୁବ ବିଜେଡି ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।