Categories: ଜାତୀୟ

ଗରିବ ମହିଳାଙ୍କ ଲୁଗା ଚିରିବା ଘଟଣାକୁ ରାଜନୈତିକ ଚଷମାରେ ଦେଖା ନ ଯାଉ: ଟିଏମସି ମନ୍ତ୍ରୀ…

କୋଲକାତା,୨୨।୭ : ପଶ୍ଚିମବଙ୍ଗର ଟିଏମସି ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରରେ ମହିଳା ଏବଂ ଶିଶୁ ବିକାଶ ତଥା ସାମାଜିକ କଲ୍ୟାଣ ମନ୍ତ୍ରୀ ଥିବା ଶଶି ପାଞ୍ଜା ରାଜ୍ୟର ମାଲଦା ଜିଲାର ଦୁଇଜଣ ମହିଳାଙ୍କ ଉପରେ ହୋଇଥିବା ନିର୍ଯାତନା ନେଇ ମୁହଁ ଖୋଲିଛନ୍ତି। ଏହି ଘଟଣା ସମ୍ପର୍କରେ ତାଙ୍କ ବିବୃତ୍ତି ବିଷୟରେ ପଚରାଯିବାରୁ ସେ କହିଛନ୍ତି ପାକୁଆହାଟ ନାମକ ଏକ ବଡ ଗାଁ ଭିତରେ ଏହା ଏକ ବଜାରରେ ଘଟିଛି। ଏହା ଚୋରି ମାମଲା ଥିଲା। ଲୋକମାନେ ଚୋରି କରିଥିବା ଦୁଇ ମହିଳାଙ୍କୁ ଧରିଥିଲେ। ଧରା ପଡ଼ିଥିବା ମହିଳାଙ୍କ ସହିତ ଅନ୍ୟ ମହିଳାଙ୍କର ଝଗଡା ହୋଇଥିଲା। ଗରିବ ମହିଳାମାନଙ୍କର ଧସ୍ତାଧସ୍ତିରେ ଲଚଗା ଚିରି ଯାଇଥିଲା। ଯାହା ଘଟିଛି ତାକୁ କାହିଁକି ରାଜନୀତିର ଚଷମାରେ ଦେଖାଯାଉଛି।

ପୋଲିସ ଦୁଇ ମହିଳାଙ୍କୁ ଉଦ୍ଧାର କରିଛି। ଯଦିଓ ଭାଇରାଲ ଭିଡିଓରେ କୌଣସି ପୋଲିସ କର୍ମଚାରୀଙ୍କୁ ଦେଖିବାକୁ ମିଳିନାହିଁ। ସେ କହିଛନ୍ତି ପୋଲିସ ଝଗଡ଼ା ବନ୍ଦ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ମହିଳାଙ୍କ ଭିଡ଼ ସମସ୍ୟା ସୃଷ୍ଟି କରିଥିଲା।
ଅପରାଧୀମାନେ ମଧ୍ୟ ମହିଳା ବୋଲି ସେ କହିଛନ୍ତି। ମହିଳାମାନେ ନିଜ ହାତକୁ ଆଇନ ଶୃଙ୍ଖଳା ନେବା ଠିକ ନୁହେଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଉପଯୁକ୍ତ ଦଣ୍ଡବିଧାନ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।

Share