ଆଡିଲେଡ,୨୦।୧୨(ପି.ଟି.): ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଟେଷ୍ଟରେ ସର୍ବାଧିକ ଓ ସର୍ବନିମ୍ନ ସ୍କୋର ହାସଲ କରିଛି। ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ୩୬ ରନରେ ଅଲ୍ଆଉଟ ହୋଇ ସର୍ବନିମ୍ନ ସ୍କୋର କରିଛି। ସେହିପରି କୋହଲିଙ୍କ ଅଧିନାୟକତ୍ୱରେ ଭାରତ ଚେନ୍ନାଇର ଚିପକ ଷ୍ଟାଡିୟମରେ ୨୦୧୬ ଡିସେମ୍ବର ୧୯ରେ ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ୭ ଉଇକେଟ ହରାଇ ୭୫୯ ରନ ସଂଗ୍ରହ କରିଥିଲା। ଏହି ମ୍ୟାଚରେ ଭାରତ ଏକ ଇନିଂସ ଓ ୭୫ ରନରେ ବିଜୟ ହାସଲ କରିଥିଲା। ଭାରତ ତରଫରୁ କରୁନ ନାୟାର ୩୦୩ ରନର ଶତକୀୟ ପାଳି ଖେଳିଥିଲେ। ସେହିପରି ଲୋକେଶ ରାହୁଲ ଚତୁର୍ଥ ଦିବସରେ ୧୯୯ ରନର ଇନିଂସ ଖେଳିଥିଲେ।