ପୁଣି ବଢ଼ିଲାଣି କରୋନା, ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଲା ଏହାର କାରଣ

ଓ୍ବାଶିଂଟନ,୧୭ା୩: ବିଶ୍ୱର କେତେକ ଦେଶରେ ଏବେ ପୁଣି କରୋନା ମାମଲା ବଢ଼ିବାରେ ଲାଗିଲାଣି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏନେଇ ଚେତାବନୀ ଦେଇଛି। ଡବ୍ଲ୍ୟୁଏଚ୍‌ଓ କହିଛି, କରୋନା ସଂକ୍ରମଣ ମାମଲା ବିଶ୍ୱରେ ବୃଦ୍ଧି ଯୋଗୁ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇପାରେ। ଡବ୍ଲ୍ୟୁଏଚ୍‌ଓ ଏହି ଭାଇରସ ବିରୋଧରେ ସଜାଗ ରହିବାକୁ ଚେତାବନୀ ଦେଇଛି।

ଏକ ମାସ ଧରି ଏହି ମାମଲା ହ୍ରାସ ପାଇଥିଲା। କିନ୍ତୁ ଏବେ ଅନେକ ଦେଶରେ ବଢ଼ିଲାଣି। ମହାମାରୀକୁ ରୋକିବା ପାଇଁ ସଂଗ୍ରାମ କରୁଥିବା ଚାଇନା ଭଳି ଦେଶକୁ ଲକ୍‌ଡାଉନ୍‌ କରିବାକୁ ପଡିବ। ଡବ୍ଲ୍ୟୁଏଚ୍‌ଓ କହିଛି, ମାମଲା ବୃଦ୍ଧି ପଛରେ ଅନେକ କାରଣ ରହିଛି। ଡବ୍ଲ୍ୟୁଏଚ୍‌ଓର ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନୋମ୍‌ ଗେବ୍ରେଏସ୍‌ କହିଛନ୍ତି ଯେ, କୋଭିଡ୍‌-୧୯ ପରୀକ୍ଷଣ ଅଭାବ ସତ୍ତ୍ୱେ ଅନେକ ଦେଶରେ ମାମଲା ବୃଦ୍ଧି ପାଉଛି। କେତେକ ଦେଶରେ ଟିକାକରଣ ମଧ୍ୟ ହ୍ରାସ ପାଇଛି। ସର୍ବଭାରତୀୟସ୍ତରରେ ପୂର୍ବ ସପ୍ତାହ ତୁଳନାରେ ନୂଆ ମାମଲା ୮ ପ୍ରତିଶତ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ମାର୍ଚ୍ଚ ୩ରୁ ୧୩ ମଧ୍ୟରେ ୧.୧ କୋଟି ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୪୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

Share