ଚେନ୍ନାଇ,୮।୨: ରବିବାର ଉତ୍ତରାଖଣ୍ଡର ଚାମୋଲି ଜିଲାରେ ନନ୍ଦାଦେବୀ ଗ୍ଲେସିୟର ଫାଟିବାରୁ ଋଷିଗଙ୍ଗା ଉପତ୍ୟକାରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫୦ରୁ ଅଧିକ ଶ୍ରମିକ ନିଖୋଜ ଅଛନ୍ତି। ଭାରତୀୟ କ୍ରିକେଟ୍ ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ନିଜ ରାଜ୍ୟରେ ଏହି ବିପର୍ଯ୍ୟୟକୁ ନେଇ ଗଭୀର ଦୁଃଖିତ ଅଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପନ୍ତ ତାଙ୍କ ମ୍ୟାଚ ଫିସ ଦେବାକୁ ଘୋଷଣା କରିଛନ୍ତି। ସେ ଟୁଇଟ୍ ଯୋଗେ କହିଛନ୍ତି, ଉତ୍ତରଖଣ୍ଡରେ ପ୍ରାଣ ହରାଇ ଲୋକଙ୍କ ପାଇଁ ମୁଁ ଗଭୀର ଦୁଃଖିତ। ଉଦ୍ଧାର କାର୍ଯ୍ୟ ପାଇଁ ମୁଁ ମୋର ମ୍ୟାଚ ଫି ଦେବାକୁ ନିଷ୍ପତ୍ତି ନେଇଛି ଏବଂ ସାହାଯ୍ୟ ପାଇଁ ଲୋକଙ୍କୁ ନିବେଦନ କରୁଛି ବୋଲି ସେ କହିଛନ୍ତି।