ନୂଆଦିଲ୍ଲୀ,୧୦।୧: ସୁସ୍ଥ ହେଉଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ। ଡିସେମ୍ବର ୩୦ରେ ଏକ କାର୍ ଦୁର୍ଘଟଣାରେ ଗୁରୁତର ହୋଇଥିଲେ ସେ। ଏହାପରେ ପନ୍ତ ଡାକ୍ତରଖାନାରେ ପ୍ରାୟ ମାସେ ବିତାଇବା ପରେ ଘରକୁ ଆସିଛନ୍ତି। ସୁସ୍ଥ ଅନୁଭବ କରିବା ପରେ ସେ ନିଜର ପ୍ରତ୍ୟାବର୍ତ୍ତନକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କୁ ଅପ୍ଡେଟ୍ କରୁଛନ୍ତି।
ଶୁକ୍ରବାର ପନ୍ତ ଏକ ଟୁଇଟ୍ କରିଛନ୍ତି। ଏଥିରେ ସେ ଦୁଇଟି ଫଟୋ ମଧ୍ୟ ପୋଷ୍ଟ କରି ନିଜ ବିଷୟରେ ଅପ୍ଡେଟ୍ ଦେଇଛନ୍ତି। ଫଟୋଗୁଡ଼ିକରେ ସେ ଧିରେ ଧିରେ ଆଶାବାଡ଼ି ଧରି ଚାଲିବା ଆରମ୍ଭ କରୁଥିବା ସ୍ପଷ୍ଟ ହୋଇଛି।
One step forward
One step stronger
One step better pic.twitter.com/uMiIfd7ap5— Rishabh Pant (@RishabhPant17) February 10, 2023
କହିରଖୁଛୁ, ପନ୍ତ ନୂଆ ବର୍ଷ ପାଇଁ ନିଜ ଘରକୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣାରେ ତାଙ୍କ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଡେରାଡୁନର ମ୍ୟାକ୍ସ ହସ୍ପିଟାଲ ଏବଂ ପରେ ମୁମ୍ବାଇର କୋକିଲାବେନ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ତାଙ୍କର ଆଣ୍ଠୁ ଅସ୍ତ୍ରୋପଚାର କରାଯାଇଥିଲା।