Posted inଖେଳ

ଧୋନୀଙ୍କୁ ପଛରେ ପକାଇ ପନ୍ତ ହେଲେ ‘ନମ୍ବର ୧’

ନୂଆଦିଲ୍ଲୀ,୧୯।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ କମ୍‌ବ୍ୟାକ୍‌ କରିଛି ଟିମ୍‌ ଇଣ୍ଡିଆ। ପ୍ରଥମ ଇନିଂସରେ ମାତ୍ର ୪୬ ରନ୍‌ରେ ଅଲଆଉଟ୍‌ ହେବା ପରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଦ୍ୱିତୀୟ ଇନିଂସରେ ବଡ଼ ଟାର୍ଗେଟ ଦେବାକୁ ଯାଉଛନ୍ତି। ଚତୁର୍ଥ ଦିନ ଲଞ୍ଚ ସୁଦ୍ଧା ମାତ୍ର ୧୨ ରନ୍‌ର ଲିଡ୍‌ ରହିଥିଲା। ତେବେ ଏହି ପ୍ରଦର୍ଶନରେ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ପ୍ରମୁଖ ଯୋଗଦାନ ରହିଥିଲା। ସେ ପୁଣିଥରେ ଆବଶ୍ୟକ ବେଳେ ଦଳ ପାଇଁ ଭଲ ଇନିଂସ ଖେଳିବାରେ ସଫଳ ହୋଇଥିଲେ।

ପନ୍ତ ନିଜ ଟେଷ୍ଟ କ୍ୟାରିୟରରେ ୧୨ତମ ଅର୍ଦ୍ଧଶତକ ମାରିଛନ୍ତି। ସେ ସରଫରାଜ ଖାନଙ୍କ ସହ ମିଶି ଟିମ୍‌ ଇଣ୍ଡିଆକୁ ମଜଭୂତ ସ୍ଥିତିରେ ପହଞ୍ଚାଇଥିଲେ। ଉଭୟଙ୍କ ଭାଗିଦାରିକୁ ନେଇ ପନ୍ତ ସ୍ବତନ୍ତ୍ର ତାଲିକାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇଛନ୍ତି।

ପନ୍ତ ଏହି ଇନିଂସ ସମୟରେ ନିଜର ୨୫୦୦ ରନ୍‌ ପୂରଣ କରିଛନ୍ତି। ସେ ଭାରତ ଲାଗି ସବୁଠାରୁ ଦ୍ରୁତ ୨୫୦୦ ରନ୍‌ କରିଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ୬୨ ଇନିଂସରେ ସେ ଏହି କାରନାମା କରି ଧୋନୀଙ୍କୁ ପଛରେ ପକାଇଛନ୍ତି। ଧୋନୀ ୬୯ତମ ଇନିଂସରେ ନିଜର ୨୫୦୦ ରନ୍‌ ପୂରଣ କରିଥିଲେ। ଏହାପୂର୍ବରୁ ପନ୍ତ ଭାରତ ଲାଗି ସବୁଠାରୁ ଦ୍ରୁତ ୫୦୦ ଟେଷ୍ଟ ରନ୍‌, ୧୦୦୦ ଟେଷ୍ଟ ରନ୍‌, ୧୫୦୦ ଟେଷ୍ଟ ରନ୍‌ ଏବଂ ୨୦୦୦ ଟେଷ୍ଟ ରନ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପିଚ୍‌ରେ ଡିଆଁ ମାରି ରିଷଭ ପନ୍ତଙ୍କୁ ରକ୍ଷା କଲେ ସରଫରାଜ: ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ,୧୯।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଟିମ ଇଣ୍ଡିଆ ପାଇଁ ସରଫରାଜ ଖାନ ଶତକ ହାସଲ କରିଛନ୍ତି। ସରଫରାଜଙ୍କ ଏହି ଇନିଂସ ସହ ଜଡିତ ଏକ...

ଚମକିଲେ ସରଫରାଜ: ଭାରତକୁ ବିପଦରୁ କଲେ ରକ୍ଷା

ବେଙ୍ଗାଲୁରୁ,୧୯।୧୦: ବେଙ୍ଗାଲୁରୁ ଟେଷ୍ଟ ଭାରତୀୟ ଷ୍ଟାର ଖେଳାଳିଙ୍କ ସରଫରାଜ ଖାନ୍‌ କ୍ୟାରିୟର ପ୍ରଥମ ଶତକ ମାରିଛନ୍ତି। ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ ରୂପରେ...

ଇତିହାସ ରଚିଲେ ବିରାଟ କୋହଲି… ହାସଲ କଲେ ସ୍ବତନ୍ତ୍ର ରେକର୍ଡ

ବେଙ୍ଗାଲୁରୁ,୧୮।୧୦: ବିରାଟ କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ୯୦୦୦ ରନ ପୂରଣ କରିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଙ୍ଗାଲୋରରେ...

‘ଧୋନୀଙ୍କ ଭଳି କ୍ୱାଲିଟି ଆଣ’

ନୂଆଦିଲ୍ଲୀ,୧୮।୧୦: ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୫୬ ରନ୍‌ରେ ଅଗ୍ରଣୀ ରହିଥିଲା। ଏହାକୁ ନେଇ ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସ କ୍ରିକେଟ ନିର୍ଦ୍ଦେଶକ ଭାବେ ଗାଙ୍ଗୁଲି ନିଯୁକ୍ତ

ନୂଆଦିଲ୍ଲୀ, ୧୮ା୧୦: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗୁରୁବାର ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସର କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସଂସ୍ଥାର ସେ ସମସ୍ତ କ୍ରିକେଟ...

ଅଶ୍ୱିନଙ୍କ କ୍ୟାରିୟରର ସବୁଠୁ ଖରାପ ଦିନ, ପ୍ରଥମ ଥର ପାଇଁ ଘଟିଲା ଏଭଳି

ନୂଆଦିଲ୍ଲୀ,୧୮।୧୦: ଟିମ୍‌ ଇଣ୍ଡିଆର ଭେଟେରାନ ସ୍ପିନର ଆର୍‌. ଅଶ୍ୱିନଙ୍କ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ ସ୍ମରଣୀୟ ହୋଇ ରହିବ। କାରଣ ମ୍ୟାଚ୍‌ର ପ୍ରଥମ...

ବଡ଼ ଗେମ୍‌ ଖେଳିବା ଯୋଜନାରେ କେ ଏଲ୍‌ ରାହୁଲ, ୧୩ ଦିନ ମଧ୍ୟରେ LSG ମାଲିକଙ୍କୁ ଲାଗିପାରେ ଝଟ୍‌କା

ନୂଆଦିଲ୍ଲୀ,୧୮।୧୦: ଆଇପିଏଲ୍‌ ୨୦୨୫ର ମେଗା ଅକ୍ସନ ପୂର୍ବରୁ ସବୁ ଟିମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କେଉଁ ଦଳ ପ୍ରଥମେ କାହାକୁ ରିଟେନ୍‌ କରିବେ ତାହାର...

୧୪ ବର୍ଷ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଭବିଷ୍ୟବାଣୀ କରିଥିଲେ ଜୋଫ୍ରା ଆର୍ଚର

ନୂଆଦିଲ୍ଲୀ,୧୮।୧୦: ନ୍ୟୁଜିଲ୍ୟାଣ୍ଡ ସହ ଖେଳାଯାଉଥିବା ବେଙ୍ଗାଲୁରୁ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ନିରାଶାଜନକ ବ୍ୟାଟିଂର ସାକ୍ଷୀ ହୋଇଛି। ୪୬ ସ୍କୋରରେ ପୂରା ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri