ମୁମ୍ବାଇ,୨୬।୩: ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ପ୍ରଶଂସାରେ ଶତମୁଖ ହେଲେ ଦୁଇଥର ବିଶ୍ୱବିଜେତା ଅଷ୍ଟ୍ରେଲିଆ ଟିମ୍ର ଅଧିନାୟକ ରିକି ପଣ୍ଟିଂ। ଭବିଷ୍ୟତରେ ଯଦି ନେତୃତ୍ୱ କଥା ଉଠେ ତେବେ ପନ୍ତ ଜଣେ ସଫଳ ଅଧିନାୟକ ସାବ୍ୟସ୍ତ ହେବେ ବୋଲି ସେ କହିଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆଇପିଏଲ୍ ମ୍ୟାଚ୍ ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ପଣ୍ଟିଂ କହିଛନ୍ତି, ଆଇପିଏଲ୍ ଭଳି ଚାପ ଥିବା ଟୁର୍ନାମେଣ୍ଟରେ ପନ୍ତ ଅଧିନାୟକ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏଣୁ ଆଗାମୀ ଦିନରେ ସେ ସଫଳ ଅନ୍ତରାଷ୍ଟ୍ରୀୟ ଅଧିନାୟକ ହୋଇପାରନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ଗତ ଆଇପିଏଲ୍ ସିଜନ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଥିବା ଶ୍ରେୟସ ଆୟାର ଆହତ ହୋଇଥିଲେ। ଏହାପରେ ତାଙ୍କ ସ୍ଥାନରେ ପନ୍ତଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିଲା।