ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କଲେ ଉର୍ବଶୀ, ପୋଷ୍ଟ ଦେଖି ରାଗିଲେ ୟୁଜର୍ସ

ମୁମ୍ବାଇ: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କର ଶୁକ୍ରବାର ଏକ ବଡ ଧରଣର ଦୁର୍ଘଟଣା ହୋଇଛି । ଏଥିରେ ତାଙ୍କ ମୁଣ୍ଡ, ଗୋଡ, ପିଠି ଆଦିରେ ଖୁବ ଜୋର ଆଘାତ ଲାଗିଛି । ତେବେ ତାଙ୍କ ଦୁର୍ଘଟଣା ଖବର ଶୁଣିବା ପରେ ପ୍ରଶଂସକମାନେ ବିଚଳିତ ହୋଇ ପଡିଛନ୍ତି । ଏହାରି ଭିତରେ ଅଭିନେତ୍ରୀ ଉର୍ବଶୀ ରୌତେଲା ଋଷଭ ପନ୍ତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ତାଙ୍କ ଫଟୋ ଶୁଟର ଏକ ଫଟୋ ଶେୟାର କରିଛନ୍ତି । ହ୍ୱାଇଟ ଆଉଟଫିଟ ସହ ଇୟର ରିଂ ଓ ମାଙ୍ଗ ଟିକା ଲଗାଇଥିବା ନଜର ଆସିଛନ୍ତି ଉର୍ବଶୀ । ହେଲେ ସେ ତାଙ୍କ ପୋଷ୍ଟରେ ନାଁ ଲେଖିନାହାନ୍ତି । ଏଥିରେ କେବଳ କ୍ୟାପଶନରେ ଦିଲ ଓ ବାର୍ଡ ଇମୋଜି ବ୍ୟବହାର କରାଯାଇଛି । ଅନେକ ପ୍ରଶଂସକ ଋଷଭଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଆଉ କେତେଜଣ ପ୍ରଶ୍ନ କରଛନ୍ତି ଉର୍ବଶୀ ତାଙ୍କ ଆଶୁ ଆରୋଗ୍ୟ କାମନା କରି ନିଜ ଫଟୋ କାହିଁକି ଶେୟାର କରିଛନ୍ତି । ଆଉ କେତେଜଣ ୟୁଜର୍ସ ଉର୍ବଶୀଙ୍କୁ ଟ୍ରୋଲ କରିଛନ୍ତି । ଏମିତିତ ଜଣେ ଲେଖିଦେଇଛନ୍ତି ତୁମ ଯୋଗୁ ତାଙ୍କର ଦୁର୍ଘଟଣା ହେଲା ।
ସୂଚନାଯୋଗ୍ୟ, ଶୁକ୍ରବାର ପନ୍ତ ଦିଲ୍ଲୀରୁ ରୁଡକି ଯାଉଥିବା ବେଳେ ନାରସନ ବର୍ଡରରେ ଧକ୍କା ହେବା ପରେ ତାଙ୍କ ଗାଡି ଓଲଟିଯିବା ସହ ସେଥିରେ ନିଆଁ ଲାଗି ଯାଇଥିଲା । ଏହାପରେ ଲୋକେ ତାଙ୍କୁ ୱିଣ୍ଡୋ ସିଟବାଟେ ବାହାରକୁ ବାହାର କରିଥିଲେ ଓ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କ ମୁଣ୍ଡ ଓ ଗୋଡ଼ରେ ଖୁବ ଜୋର ଆଘାତ ଲାଗିଥିବା ଡାକ୍ତର କହିଛନ୍ତି । ଋଷଭ ପନ୍ତ ତାଙ୍କ ପ୍ରଫେସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ କିଛିଦିନ ହେବ ତାଙ୍କ ନାମ ଅଭିିନେତ୍ରୀ ଉର୍ବଶୀଙ୍କ ନାମ ସହ ଯୋଡି ଦିଆଯାଇଛି । ଉର୍ବଶୀ ଏକ ସାକ୍ଷାତକାରରେ କହିଛନ୍ତି ଆରପି ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ତାଙ୍କୁ ସାକ୍ଷାତ୍ କରିବାକୁ ଅପେକ୍ଷା କରିଥିବା ସହ ୧୬-୧୭ ମିସକଲ କରିଥିଲେ ।

Share