Categories: ଖେଳ

ଏହି କାରଣରୁ ଦୁର୍ଘଟଣାର ଶିକାର ହେଲେ ରିଷଭ ପନ୍ତ

ଡେରାଡୁନ,୩୦।୧୨: ଭାରତୀୟ କ୍ରିକେଟ ଦଳର ଉଇକେଟ୍‌କିପର ରିଷଭ ପନ୍ତ ଶୁକ୍ରବାର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେ ଦିଲ୍ଲୀରୁ ନିଜ ଘର ରୁର୍‌କୀ ଯାଉଥିବା ସମୟରେ ତାଙ୍କ କାର୍‌ ଏକ ଡିଭାଇଡର୍‌ରେ ପିଟି ହୋଇଯାଇଛି। ଏହି ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଛନ୍ତି। ପନ୍ତଙ୍କ କାର୍‌ର ଦୁର୍ଘଟଣାର ମୁଖ୍ୟ କାରଣ ସାମ୍ନାକୁ ଆସିଛି। ସେ ନିଜେ କାର ଚଳାଉଥିଲେ ଏବଂ ଏକୁଟିଆ ଥିଲେ। ଆଖି ଟିକେ ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ପନ୍ତ କହିଛନ୍ତି।
କାରର କାଚ ଭାଙ୍ଗି ପନ୍ତଙ୍କୁ ବାହାରକୁ ଅଣାଯାଇଥିଲା। ପରେ ତାଙ୍କୁ ରୁର୍‌କୀର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କୁ ଡେରାଡୁନ ରେଫର୍‌ କରାଯାଇଥିଲା। ଏହି ଦୁର୍ଘଟଣାରେ ପନ୍ତଙ୍କ ଡାହାଣ ଗୋଡରେ ଗୁରୁତର ଆଘାତ ଲାଗିଛି ଏବଂ ଶରୀରର ଅନେକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ଡେରାଡୁନରେ ତାଙ୍କ ଶରୀରର ଏମଆରଆଇ କରାଯିବ। ଏହା ପରେ ହିଁ ଆଘାତ ବିଷୟରେ ବିସ୍ତୃତ ଭାବରେ ଚିହ୍ନଟ କରାଯାଇପାରିବ।
ସୂଚନାଯୋଗ୍ୟ, ରିଷଭ ପନ୍ତଙ୍କ ଦୁର୍ଘଟଣା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ କହିଛନ୍ତି, ରିଷଭଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ଏବଂ ହସ୍ପିଟାଲ ସହ ଜଡିତ ସମସ୍ତ ସୁବିଧା ପନ୍ତଙ୍କ ପାଇଁ ଉପଲବ୍ଧ ହେବ। ପନ୍ତଙ୍କ ଦୁର୍ଘଟଣା ପରେ ସୋସିଆଲ ମିଡିଆରେ ପ୍ରଶଂସକ ଏବଂ କ୍ରିକେଟରମାନେ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Share