Categories: ଖେଳ

ପନ୍ତଙ୍କ ସହ ଧୋକା:୧.୫ କୋଟି ଟଙ୍କା ଠକି ନେଲେ ସାଥୀ କ୍ରିକେଟର୍‌

ମୁମ୍ବାଇ,୨୪।୫: ଜଣେ ହରିୟାଣା କ୍ରିକେଟର ଭାରତୀୟ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କଠାରୁ ୧.୫ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି। ସେହି କ୍ରିକେଟରଙ୍କ ନାମ ହେଉଛି ମ୍ରିନାଙ୍କ ସିଂ। ଚଳିତ ମାସରେ ଅନ୍ୟ ଏକ ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି। ପନ୍ତ ତାଙ୍କ ମ୍ୟାନେଜର ପୁଣେ ସୋଲଙ୍କିଙ୍କ ସହ ମ୍ରିନାକଙ୍କ ବିରୋଧରେ ଏକ ଠକେଇ ମାମଲା ଦାୟର କରିଛନ୍ତି। ଆର୍ଥର ରୋଡ ଜେଲରେ ମ୍ରିନାଙ୍କଙ୍କୁ ଏକ ନୋଟିସ ଜାରି କରାଯାଇଛି। ପନ୍ତଙ୍କ ମ୍ୟାନେଜର କହିଛନ୍ତି,ଗତ ବର୍ଷ ଫେବୃଆରୀରେ ମ୍ରିନାଙ୍କ ବାଉନ୍ସ ହୋଇଥିବା ଚେକ ମାଧ୍ୟମରେ ପନ୍ତଙ୍କଠାରୁ ୧ କୋଟି ୬୩ ଲକ୍ଷ ଟଙ୍କା ଠକି ନେଇଥିଲେ।
ଶସ୍ତା ଦରରେ ମହଙ୍ଗା ଘଣ୍ଟା ଏବଂ ମୋବାଇଲ ଫୋନ ପାଇବାକୁ ଅଫର ଦେଇ ମ୍ରିନାଙ୍କ ଜଣେ ବ୍ୟବସାୟୀଙ୍କୁ ପ୍ରତାରଣା କରି ଗିରଫ ହୋଇଥିଲେ।

Share