ନବି ମୁମ୍ବାଇ,୮।୪: ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କୁ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ବିପକ୍ଷ ମ୍ୟାଚ୍ରେ ଧିମା ବୋଲିଂ ହାର ପାଇଁ ଦଣ୍ଡିତ କରାଯାଇଛି। ତାଙ୍କ ମ୍ୟାଚ୍ ଫି’ରୁ ୧୨ ଲକ୍ଷ ଟଙ୍କା କାଟ କରାଯିବ ବୋଲି ଆଇପିଏଲ ପକ୍ଷରୁ କୁହାଯାଇଛି।
ଚଳିତ ସିଜନରେ ପନ୍ତ ପ୍ରଥମ ଥର ଲାଗି ସର୍ବନିମ୍ନ ଓଭର ରେଟ୍ ସମ୍ପର୍କୀତ ଆଇପିଏଲର କୋଡ୍ ଅଫ୍ କଣ୍ଡକ୍ଟ ଭଙ୍ଗ କରିଛନ୍ତି। ଏଥି ଯୋଗୁ ତାଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ ବୋଲି ଆଇପିଏଲ ପକ୍ଷରୁ ବିବୃତିରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ଦିଲ୍ଲୀକୁ ୬ ଉଇକେଟରେ ହରାଇ ଦେଇଛି ଏଲ୍ଏସ୍ଜି। ଏହା ଦିଲ୍ଲୀ ଫ୍ରାଞ୍ଚାଇଜ ପାଇଁ ୩ ମ୍ୟାଚ୍ ମଧ୍ୟରୁ କ୍ରମାଗତ ଦ୍ୱିତୀୟ ପରାଜୟ।