Categories: ଖେଳ

୪ ମାସରେ ୧୦ କିଲୋ ଓଜନ କମାଇଲେ ଏହି କ୍ରିକେଟର

ବ୍ରିସ୍‌ବେନ୍‌, ୧୪।୧: ଭାରତୀୟ କ୍ରିକେଟ୍‌ ଦଳର ଯୁବ ଉଇକେଟ୍‌କିପର ରିଷଭ ପନ୍ତ ଗତ କିଛି ମାସ ହେବ ନିଜ ଫିଟ୍‌ନେସ୍‌ ଉପରେ ଧ୍ୟାନ ଦେଉଛନ୍ତି। ତାଙ୍କ ପିଲାଦିନର କୋଚ ତାରକ ସିହ୍ନାଙ୍କ ମୁତାବକ, କରୋନା ଯୋଗୁ ରିଷଭଙ୍କ ଓଜନ ବଢି ଯାଇଥିଲା। ଫଳରେ ଆଇପିଏଲରେ ତାଙ୍କୁ ଖୁବ୍‌ ଆଲୋଚନାର ଶିକାର ହେବାକୁ ପଡିଥିଲା। ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ ହୋଇଥିବା ତାରକ କହିଛନ୍ତି, ଲକ୍‌ଡାଉନ୍‌ ଯୋଗୁ ରିଷଭ ପନ୍ତଙ୍କୁ ଗୃହନଗରରେ ଟ୍ରେନିଂ ସୁବିଧା ନ ଥିଲା। ଏହି କାରଣରୁ ଆଇପିଏଲ୍‌ ଆରମ୍ଭରେ ସେତେ ଫିଟ୍‌ ନ ଥିଲେ। ଏହାପରେ ସେ ଫିଟ୍‌ନେସ୍‌ ଉପରେ ଧ୍ୟାନ ଦେଇ ଗତ ୪ ମାସରେ ୧୦ କିଲୋ ଓଜନ କମାଇଥିବା ସେ କହିଛନ୍ତି। ତାରକ ଭାରତୀୟ ଦଳର ଓପନର ଶିଖର ଧାଓ୍ବନ ଏବଂ ଆକାଶ ଚୋପ୍ରାଙ୍କ ଭଳି କ୍ରିକେଟରଙ୍କୁ ସେ କୋଚିଂ ଦେଇଛନ୍ତି। ସୂଚନାଯୋଗ୍ୟ, ପନ୍ତ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ୯୭ ରନ୍‌ର ଇନିଂସ ଖେଳି ଭାରତକୁ ପରାଜୟରୁ ରକ୍ଷା କରିଥିଲେ।

Share