Categories: ଖେଳ

୩ ଘଣ୍ଟା ଯାଏ ଚାଲିଲା ସର୍ଜରି

ମୁମ୍ବାଇ,୭।୧: କାର୍‌ ଦୁର୍ଘଣାରେ ଆହତ ହୋଇଥିବା ଭାରତୀୟ ଷ୍ଟାର କ୍ରିକେଟର ରିଷଭ ପନ୍ତଙ୍କ ଗୋଟିଏ ସର୍ଜରି ଶେଷ ହୋଇଛି। ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ୩ ଘଣ୍ଟା ଧରି ତାଙ୍କର ଲିଗାମେଣ୍ଟ ସର୍ଜରୀ ଚାଲିଥିଲା। ଅପରେଶନ ପରେ ପନ୍ତ ଭଲ ଅନୁଭବ କରୁଛନ୍ତି। ହେଲେ ତିନିରୁ ଚାରିଦିନ ଯାଏ ତାଙ୍କ ଉପରେ ନଜର ରଖାଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

କହିରଖୁଛୁ, ଦୁର୍ଘଟଣା ପରେ ପନ୍ତଙ୍କ ମୁଣ୍ଡ, ପିଠି, ଗୋଡ଼, ଆଣ୍ଠୁ ଆଦିରେ ଗଭୀର ଆଘାତ ଲାଗିଛି। ପ୍ରଥମେ ତାଙ୍କର ଚିକିତ୍ସା ଡେରାଡୁନର ମାକ୍ସ ହସ୍ପିଟାଲରେ କରାଯାଇଥିଲା। ପରେ ବିସିସିଆଇ ପକ୍ଷରୁ ତାଙ୍କୁ ଏୟାରଲିଫ୍ଟ କରାଯାଇ ମୁମ୍ବାଇ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଯାଉଛି।

Share