Categories: ଖେଳ

ସୁଧୁରୁଛି ସ୍ବାସ୍ଥ୍ୟାବସ୍ଥା: ଆଇସିୟୁରୁ ଓ୍ବାର୍ଡକୁ ସ୍ଥାନାନ୍ତର

ଡେରାଡୁନ୍‌,୨।୧: ଭାରତୀୟ ଓ୍ବିକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ଶୁକ୍ରବାର ଏକ କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଡେରାଡୁନ୍‌ର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ତେବେ ତାଙ୍କୁ ଆଇସିୟୁରୁ ପ୍ରାଇଭେଟ୍‌ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ଆଘାତ ଲାଗିଥିବା ଗୋଡର ଲିଗାମେଣ୍ଟ ଚିକିତ୍ସା ପାଇଁ ପନ୍ତଙ୍କୁ ବିଦେଶ ପଠାଇବାକୁ ବିସିସିଆଇ ନିଷ୍ପତ୍ତି ନେଇପାରେ ବୋଲି କୁହାଯାଉଛି।

Share