ଦୁର୍ଘଟଣା ପରେ ପ୍ରଥମ ଥର ଗୋଡ଼ରେ ଛିଡ଼ା ହେଲେ ରିଷଭ ପନ୍ତ

ମୁମ୍ବାଇ,୧୩।୧: ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ରିଷଭ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଭାରତୀୟ ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ବର୍ତ୍ତମାନ ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସର୍ଜରୀ ପରେ ରିଷଭଙ୍କ ସ୍ବାସ୍ଥ୍ୟରେ ଶୀଘ୍ର ଉନ୍ନତି ହେଉଥିବା ପରିଲକ୍ଷିତ ହୋଇଛି। ତେବେ ଦୁର୍ଘଟଣା ପରେ ପ୍ରଥମ ଥର ସେ ନିଜ ଗୋଡ଼ରେ ଛିଡ଼ା ହୋଇଛନ୍ତି। କିଛି ସେକେଣ୍ଡ ପାଇଁ ହେଉନା କାହିଁକି ରିଷଭ ନିଜ ଗୋଡ଼ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଉକ୍ତ ହସ୍ପିଟାଲରେ ରିଷଭ ୧ସପ୍ତାହ ରହିବାକୁ ଥିବା ବେଳେ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ୪ରୁ ୬ମାସ ଲାଗିବ ବୋଲି ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ କହିଛନ୍ତି।

 

Share