Categories: ଖେଳ

ଏସିଆ କପ ପରେ ବିଶ୍ୱକପରୁ ମଧ୍ୟ ବାଦ୍‌ ପଡିପାରନ୍ତି ରିଷଭ ପନ୍ତ

    1. ନୂଆଦିଲ୍ଲୀ,୨୬।୪: ଚଳିତ ବର୍ଷ ଶେଷରେ ଭାରତ ଏକଦିବସୀୟ ବିଶ୍ୱକପ ଆୟୋଜନ କରିବାକୁ ଯାଉଛି। ଏହାପୂର୍ବରୁ ଟିମ ଇଣ୍ଡିଆ ଏସିଆ କପ ପାଇଁ ପ୍ରସ୍ତୁତିକୁ ମଜବୁତ କରିବ। ଏହି ଦୁଇଟି ବଡ ଟୁର୍ନାମେଣ୍ଟରେ ବହୁତ ସମୟ ଅଛି, କିନ୍ତୁ ଏହାପୂର୍ବରୁ ଦଳକୁ ଏକ ବଡ ଝଟକା ଲାଗିଛି। ଭାରତର ତାରକା ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ପାଇଁ ଏସିଆ କପ ଏବଂ ବିଶ୍ୱକପ ଖେଳିବା କଷ୍ଟକର। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କାର ଦୁର୍ଘଟଣାରେ ଆହତ ହୋଇଥିବା ପନ୍ତଙ୍କୁ ଏହି ଦୁଇଟି ବଡ ଟୁର୍ନାମେଣ୍ଟରୁ ବାଦ ଦିଆଯାଇଛି।
    1. ରିପୋର୍ଟ ଅନୁଯାୟୀ, ରିଷଭ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ପାଇଁ କିଛି ସମୟ ଲାଗିବ ଏବଂ ଯଦି ସେ ଶୀଘ୍ର ସୁସ୍ଥ ହୁଅନ୍ତି, ତେବେ ସେ ଆସନ୍ତା ବର୍ଷ ଜାନୁୟାରୀ ସୁଦ୍ଧା ପଡ଼ିଆକୁ ଫେରିବା ନେଇ ଆଶା କରାଯାଉଛି। ଗତ ବର୍ଷ ଡିସେମ୍ବର ୩୦ରେ ପନ୍ତ ଉତ୍ତରାଖଣ୍ଡରେ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ପନ୍ତ ଗୁରୁତର ଭାବେ ଆହତ ହୋଇଥିଲେ। ବର୍ତ୍ତମାନ ପନ୍ତ ଧିରେ ଧିରେ ସୁସ୍ଥ ହେଉଛନ୍ତି।
Share