ମୋହାଲି,୪।୩: ଗୋଟିଏ ଓଭରରେ ୨୨ ରନ୍। ଟେଷ୍ଟ ମ୍ୟାଚ୍ରେ ଟି୨୦ ଭଳି ଖେଳି ଚର୍ଚ୍ଚାରେ ଭାରତୀୟ ଉଇକେଟ କିପର – ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ। ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷରେ ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ବିସ୍ଫୋରକ ଇନିଂସ ଖେଳିଛନ୍ତି ପନ୍ତ।
ଲଗାତାର ଉଇକେଟ ଯାଉଥିବା ବେଳେ ଭାରତୀୟ ଟିମ୍ର ସ୍ଥିତିକୁ ମଜଭୂତ କରିଛନ୍ତି ପନ୍ତ। ଦଳର ସ୍କୋର ୧୭୦ ବେଳେ ପନ୍ତ ମଇଦାନକୁ ଆସିଥିଲେ। ସେ ୯ ଚୌକା ଏବଂ ୪ ଛକା ବଳରେ ୯୬ରନ୍ କରିଥିଲେ। ନର୍ଭସ ୯୦ର ଶିକାର ହୋଇ ସେ ଶତକ କରିବାରୁ ବଞ୍ଚିତ ହୋଇଥିଲେ। ଧୁଆଁଧାର ଇନିଂସରେ ସବୁଠାରୁ ଚର୍ଚ୍ଚାରେ ରହିଥିଲା ପନ୍ତଙ୍କ ଗୋଟିଏ ଓଭର ବ୍ୟାଟିଂ। ସେ ଛଅ ବଲରେ ଯଥାକ୍ରମେ ୬,୬,୪,୨,୪ ରନ୍ କରିଥିଲେ। ପନ୍ତଙ୍କ କ୍ୟାରିୟର ଦେଖିଲେ ସେ ୪ ଶତକ ମାରିଛନ୍ତି। ହେଲେ ୫ ଥର ନର୍ଭସ ୯୦ରେ ଆଉଟ୍ ହୋଇଛନ୍ତି।