Categories: ଖେଳ

ଦୁଃଖ ମଧ୍ୟରେ ଖୁସି ଖବର ପାଇଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୨୫।୧: ଆଇସିସି ୨୦୨୨ ବର୍ଷର ଟେଷ୍ଟ ଦଳ ଘୋଷଣା କରିଛି। ଏହି ଦଳରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଖେଳାଳିମାନେ ସ୍ଥାନ ପାଇଛନ୍ତି, ଯିଏ ଗତ ବର୍ଷ ଟେଷ୍ଟ କ୍ରିକେଟରେ ବଲ ଏବଂ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ଦଳରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ସର୍ବାଧିକ ଚାରି ଖେଳାଳି ଅଛନ୍ତି। ଇଂଲଣ୍ଡର ବେନ ଷ୍ଟୋକ୍ସଙ୍କୁ ଦଳର ଅଧିନାୟକ କରାଯାଇଛି। ରିଷଭ ପନ୍ତ ହେଉଛନ୍ତି ଏକମାତ୍ର ଭାରତୀୟ ଖେଳାଳି ଯିଏକି ଏହି ଦଳରେ ସ୍ଥାନ ପାଇଛନ୍ତି।
୨୦୨୨ରେ ରିଷଭ ପନ୍ତ ଭାରତ ପାଇଁ ୧୨ଟି ଟେଷ୍ଟ ଇନିଂସରେ ମୋଟ ୬୮୦ ରନ ସ୍କୋର କରିଥିଲେ। ଏଥିରେ ସେ ହାରାହାରି ୬୧.୮୧ ଏବଂ ଷ୍ଟ୍ରାଇକ ରେଟ ୯୦.୯୦ରେ ରନ୍‌ କରିଥିଲେ। ସେ ଗତ ବର୍ଷ ଦୁଇ ଶତକ ଏବଂ ଚାରି ଅର୍ଦ୍ଧଶତକ ହାସଲ କରିଥିଲେ। ଏହାସହ ଉଇକେଟ୍‌ ପଛରେ ୨୯ଟି ଶିକାର କରିଥିଲେ। ଏଥିରେ ୬ଟି ଷ୍ଟମ୍ପିଂ ଏବଂ ୨୩ କ୍ୟାଚ ସାମିଲ ଅଛି।
ନିକଟରେ ପନ୍ତ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି। ସେ ଏବେ ପ୍ରାୟ ୬ ମାସ ପର୍ଯ୍ୟନ୍ତ କ୍ରିକେଟ୍‌ ଜଗତକୁ ଫେରିବାର ସମ୍ଭାବନା ମଧ୍ୟ ନାହିଁ।