Categories: ଖେଳ

ଅଧିନାୟକ ଭାବେ ପ୍ରଥମ ବିଜୟକୁ ନେଇ ପନ୍ତ କହିଲେ ଏମିତି

ବିଶାଖାପାଟଣା,୧୫।୬: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି୨୦ରେ ଭାରତ ୪୮ ରନ୍‌ରେ ବିଜେତା ହୋଇଛି। ଉଭୟ ବୋଲିଂ ଏବଂ ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଟିମ୍‌ ଇଣ୍ଡିଆ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି। ତେବେ ଏହି ବିଜୟ ଭାରତୀୟ ଅଧିନାୟକ ଭାବେ ଋଷଭ ପନ୍ତଙ୍କ ପାଇଁ ସ୍ବତନ୍ତ୍ର। କାରଣ ତାଙ୍କ ନେତୃତ୍ୱରେ ଦଳ ପୂର୍ବ ଦୁଇଟି ମୁକାବିଲାରେ ପରାଜିତ ହେବା ପରେ ପ୍ରଥମ ଥର ପାଇଁ ବିଜେତା ହୋଇଛି।

ମ୍ୟାଚ୍‌ ଶେଷ ହେବା ପରେ ପ୍ରଥମ ଅନ୍ତର୍ଜାତୀୟ ବିଜୟ ନେଇ ପନ୍ତ କହିଛନ୍ତି, ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ୍‌ ଏବଂ ବୋଲର୍‌ ଉଭୟ ଭଲ ପ୍ରଦର୍ଶନ କରିଥିଲେ। ୧୫ ରନ୍‌ କମ୍‌ କରିଥିବା ଆମେ ଭାବିଥିଲୁ। ହେଲେ ବୋଲରମାନେ ଭଲ ବୋଲିଂ କରି ସବୁ ସମ୍ଭାଳି ନେଇଥିଲେ। ମଝି ଓଭରରେ ସ୍ପିନରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ତାଙ୍କ ଉପରେ ଚାପ ରହିଥାଏ। ହେଲେ ଚାପରେ ନ ଥାଇ ଖେଳିବା ଦ୍ୱାରା ଏଭଳି ପରିଣାମ ମିଳିଥାଏ ବୋଲି ସେ କହିଛନ୍ତି।

Share