Categories: ଖେଳ

ଡିସିକୁ ଉତ୍ସାହିତ କରିବାକୁ ଷ୍ଟାଡିୟମରେ ରିଷଭ ପନ୍ତ

ନୂଆଦିଲ୍ଲୀ,୪।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ସପ୍ତମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ଗୁଜରାଟ ଟାଇଟାନ(ଜିଟିି) ମଧ୍ୟରେ ମଙ୍ଗଳବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ସମୟରେ ଦିଲ୍ଲୀ କ୍ୟାପିଟାଲର ପୂର୍ବତନ ଅଧିନାୟକ ରିଷଭ ପନ୍ତ ମ୍ୟାଚ୍‌ ଦେଖିବାକୁ ଅରୁଣ ଜେଟଲୀ ଷ୍ଟାଡିୟମରେ ପହଞ୍ଚିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଆଇପିଏଲ ୨୦୨୩ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲକୁ ବଡ଼ ଝଟକା ଲାଗିଥିଲା। ନିକଟରେ ଏହି ଦଳର ଅଧିନାୟକ ରିଷଭ ପନ୍ତ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଯାହାପରେ ରିଷଭଙ୍କ ସର୍ଜରୀ କରାଯାଇଥିଲା। ତେବେ ସର୍ଜରୀ ପରେ ରିଷଭ ଏବେ ସୁସ୍ଥ ହୋଉଥିବା ଜଣାପଡିଛି।

Share