Categories: ଖେଳ

ପ୍ରଶଂସକଙ୍କ ଲାଗି ଖୁସି ଖବର: ପନ୍ତଙ୍କ ଡିସଚାର୍ଜକୁ ନେଇ ଏଭଳି ସୂଚନା ଦେଲେ ଡାକ୍ତର

ନୂଆଦିଲ୍ଲୀ,୩୧।୧: ଭାରତୀୟ ଟିମ୍‌ର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଥିବା ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବଡ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ଦ୍ରୁତ ଗତିରେ ସେ ସୁସ୍ଥ ହେଉଥିବା ବେଳେ ଶୀଘ୍ର ତାଙ୍କୁ ଡିସଚାର୍ଜ କରାଯିବ ବୋଲି କୁହାଯାଉଛି।

ବର୍ତ୍ତମାନ ମୁମ୍ବାଇର କୋକିଲାବେନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ପନ୍ତ। ସେଠାରେ ତାଙ୍କର ସର୍ଜରୀ କରାଯାଇଛି। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ତାଙ୍କ ବିଷୟରେ ସୂଚନା ଦେଇ କହିଛନ୍ତି, ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଗତିରେ ଉନ୍ନତି ଘଟୁଛି। ଯଦି ସବୁକିଛି ଠିକ୍‌ ରୁହେ ତେବେ ତାଙ୍କୁ ଚଳିତ ସପ୍ତାହରେ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ବୋଲି ଡାକ୍ତରମାନେ କହିଛନ୍ତି।

କିଛିଦିନ ପୂର୍ବେ ପନ୍ତ ନିଜର ସ୍ବାସ୍ଥ୍ୟକୁ ନେଇ ନିଜର ସୋସିଆଲ ମିଡିଆ ଜରିଆରେ ପୋଷ୍ଟ କରି ପ୍ରଶଂସକଙ୍କୁ ଜଣାଇଥିଲେ। ସମସ୍ତଙ୍କ ପ୍ରାର୍ଥନା ଏବଂ ସମର୍ଥନ ଲାଗି କୃତଜ୍ଞ। ତାଙ୍କର ଅସ୍ତ୍ରୋପଚାର ସଫଳ ହୋଇଛି। ଶୀଘ୍ର ସୁସ୍ଥ ହେଉଛି। ପ୍ରତିଦିନ ଭଲ ଅନୁଭବ କରୁଛି। କଠିନ ସମୟରେ ସମସ୍ତଙ୍କର ସମର୍ଥନ ଏବଂ ସକରାତ୍ମକ ଉର୍ଜା ଥିବା କଥାକୁ ନେଇ ସମସ୍ତଙ୍କୁ କୃତଜ୍ଞତା ଜଣାଇବାକୁ ଚାହେଁ ବୋଲି ସେ କହିଥିଲେ।

Share