Categories: ଖେଳ

ଅଭ୍ୟାସ ମ୍ୟାଚରେ ବ୍ୟାଟିଂ କରୁଥିବାର ନଜର ଆସିଲେ ପନ୍ତ

ନୂଆଦିଲ୍ଲୀ,୧୬।୮: ୨୦୨୨ରେ ଡିସେମ୍ବରରେ ଏକ କାର ଦୁର୍ଘଟଣାରେ ଭାରତୀୟ ଦଳର ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଗୁରୁତର ଆହତ ହୋଇଥିଲେ। ଏହା ପରେ ତାଙ୍କୁ ଆଣ୍ଠୁରେ ଅସ୍ତ୍ରୋପଚାର ମଧ୍ୟ କରିବାକୁ ପଡିଥିଲା। ଏଥିସହିତ, ପନ୍ତଙ୍କ ଆଘାତ ଦେଖିବା ପରେ ବିଶ୍ୱାସ କରାଯାଉଥିଲା ଯେ, ତାଙ୍କୁ ମଇଦାନକୁ ଫେରିବା ପାଇଁ ବହୁତ ସମୟ ଲାଗିବ। ତେବେ ବର୍ତ୍ତମାନ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଅଛି। ଯେଉଁଥିରେ ଜାତୀୟ କ୍ରିକେଟ ଏକାଡେମୀ(ଏନସିଏ ରେ ଏକ ଅଭ୍ୟାସ ମ୍ୟାଚ ସମୟରେ ପନ୍ତ ବ୍ୟାଟିଂର ଏକ ଭିଡିଓ ସାମ୍ନାକୁ ଆସିଛି। ରିଷଭ ପନ୍ତଙ୍କ ଏହି ବ୍ୟାଟିଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ପନ୍ତ ତାଙ୍କ ବ୍ୟାଟିଂ ସମୟରେ କିଛି ଭଲ ସଟ ମଧ୍ୟ ନେଇଛନ୍ତି। ପନ୍ତ ବର୍ତ୍ତମାନ ପୁନରୁଦ୍ଧାର କରୁଛନ୍ତି।

ବର୍ତ୍ତମାନ ଦିନିକିଆ ପୂର୍ବରୁ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ହେବାର କୌଣସି ଆଶା କରାଯାଉନାହିଁ। ତେବେ ଚଳିତ ବର୍ଷ ଶେଷରେ ପନ୍ତ ଦକ୍ଷିଣ ଆଫ୍ରିକା ଗସ୍ତରେ ଫେରିବେ ବୋଲି ଆଶା କରାଯାଉଛି। ଯଦି ସେ ଏହି ସିରିଜରେ ଫେରିବାକୁ ସକ୍ଷମ ନୁହଁନ୍ତି, ତେବେ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ସ୍ଥିର ବୋଲି ବିବେଚନା କରାଯାଇପାରେ।

Share