Categories: ଖେଳ

ପନ୍ତଙ୍କୁ କରାଗଲା ଏୟାର୍‌ଲିଫ୍ଟ

ମୁମ୍ବାଇ,୪।୧:ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଡେରାଡୁନରୁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି। ପନ୍ତ ବର୍ତ୍ତମାନ ମୁମ୍ବାଇର କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଏବଂ ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଚିକିତ୍ସିତ ହେବେ।
୩୦ ଡିସେମ୍ବର ସକାଳେ ଏକ ସଡ଼କ ଦୁର୍ଘଟଣାରେ ୨୫ ବର୍ଷୀୟ ରିଷଭ ପନ୍ତ ଆହତ ହୋଇଥିଲେ। ଏହା ପରେ ତାଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପନ୍ତ ଆଣ୍ଠୁ ଏବଂ ଗୋଡରେ ଆଘାତ ଲାଗିଛି। ପନ୍ତଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ବିସିସିଆଇ ବହନ କରିବ।
କୋକିଳାବେନ ହସ୍ପିଟାଲରେ ଡା. ଦିନଶା ପାର୍ଦିୱାଲାଙ୍କ ତତ୍ତ୍ୱାବଧାନରେ ପନ୍ତଙ୍କୁ ଚିକିତ୍ସା କରାଯିବ। ଏଠାରେ ପନ୍ତଙ୍କ ଲିଗାମେଣ୍ଟ ଅସ୍ତ୍ରୋପଚାର କରାଯିବ।

Share