Categories: ଖେଳ

ଫିଟ୍‌ ହେବାକୁ ଲାଗିବ ୭ରୁ ୮ ମାସ

ନୂଆଦିଲ୍ଲୀ,୨୫ା୪: ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଦୁର୍ଘଟଣା ପରେ ସୁସ୍ଥ ହେଉଥିବା ଭାରତୀୟ ଉଇକେଟ କିପର ବ୍ୟାଟର ରିଷଭ ପନ୍ତଙ୍କ ଫିଟ୍‌ ହେବାକୁ ନେଇ ଆସିଛି ଏକ ବଡ ଅପଡେଟ୍‌। ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ପୂର୍ବରୁ ପନ୍ତ ଫିଟ୍‌ ହେବା ଅସମ୍ଭବ ବୋଲି ଖବର ପ୍ରକାଶ ପାଇଛି। ପୂର୍ବରୁ ସେପ୍ଟେମ୍ବର ମାସରେ ହେବାକୁ ଥିବା ଏସିଆ କପ୍‌ ପାଇଁ ମଧ୍ୟ ପନ୍ତ ଉବଲବ୍ଧ ହେବେ ନାହିଁ ବୋଲି କୁହାଯାଇଥିଲା।

ତେବେ ମିଳିଥିବା ରିପୋର୍ଟ ଅନୁସାରେ ପନ୍ତ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ମଧ୍ୟ ଅଂଶଗ୍ରହଣ କରିବାରେ ଅସମର୍ଥ ହେବେ। ପନ୍ତ ନିକଟରେ ଦିଲ୍ଲୀସ୍ଥିତ ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌ ଦେଖିବାକୁ ପହଞ୍ଚିଥିଲେ। ଆଶାବାଡିର ସାହାରା ନେଇ ସେ ଚାଲୁଥିବା ବେଳେ ବିନା ସାହାରାରେ ଚାଲିବା ନିମନ୍ତେ ତାଙ୍କୁ ଆହୁରି ଦୁଇ ମାସ ସମୟ ଲାଗିବ। ପନ୍ତ ଆବଶ୍ୟକତା ଠାରୁ ଶୀଘ୍ର ସୁସ୍ଥ ହେଉଥିଲେ ମଧ୍ୟ କ୍ରିକେଟ୍‌ ପାଇଁ ଫିଟ ହେବାକୁ ତାଙ୍କୁ ୭ରୁ ୮ମାସ ସମୟ ଲାଗିବ। ସୂଚନାଯାଗ୍ୟ, ୨୦୨୨ ଡିସେମ୍ବର ୩୦୨ରେ ପନ୍ତଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ପନ୍ତ ଗୁରୁତର ଆହତ ହୋଇଥିଲେ।

Share