Categories: ଖେଳ

ଋଷଭ ପନ୍ତଙ୍କ ବଡ଼ ଘୋଷଣା, ନୀରଜ ସ଼୍ବର୍ଣ୍ଣ ପଦକ ଜିତିଲେ ଦେବେ…

ନୂଆଦିଲ୍ଲୀ, ୦୭।୦୮: ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତର ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା କମାଲ୍‌ ପ୍ରଦର୍ଶନ କରିଛନ୍ତି । ଅଲିମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟରେ ସେ ପ୍ରଥମ ପ୍ରୟାସରେ ହିଁ ମେଡାଲ୍‌ ଇଭେଣ୍ଟରେ ସ୍ଥାନ ପକ୍କା କରିଛନ୍ତି । ଯୋଗ୍ୟତା ପର୍ଯ୍ୟାୟରେ ସେ ୮୯.୩୪ ମିଟର ଜାଭେଲିନ୍‌ ଫିଙ୍ଗିଥିଲେ । ଯାହାକି ଚଳିତ ସିଜିନ୍‌ରେ ତାଙ୍କର ସର୍ବଶ୍ରେଷ୍ଠ ଥ୍ରୋ । ଏବେ ତାଙ୍କର ସ଼୍ବର୍ଣ୍ଣ ପଦକକୁ ଭାରତବାସୀଙ୍କ ନଜର । ଏହାରି ମଧ୍ୟରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ୱିକେଟ୍‌ କିପର ଋଷଭ ପନ୍ତ ନୀରଜଙ୍କୁ ନେଇ ବଡ଼ ଘୋଷଣା କରିଛନ୍ତି । ନୀରଜ ଗୋଲ୍ଡ ମେଡାଲ୍‌ ଜିତିଲେ ତାଙ୍କର ଫ୍ୟାନ୍ସଙ୍କୁ ସେ ବଡ଼ ଉପହାର ଦେବା ନେଇ ଟ଼୍ବିଟ୍‌କରି ଘୋଷଣା କରିଛନ୍ତି ।

ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ୩ ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ଋଷଭ ପନ୍ତ ଏବେ ସେଠାରେ ରହିଛନ୍ତି । ନୀରଜ ଚୋପ୍ରାଙ୍କୁ ସମର୍ଥନ ପାଇଁ ଟୱିଟ କରି ସେ ଲେଖିଛନ୍ତି ଯେ ଆସନ୍ତାକାଲି ନୀରଜ ସ଼୍ବର୍ଣ୍ଣ ପଦକ ଜିତିଲେ ମୁଁ ୧,୦୦,୦୮୯ ଟଙ୍କା ସେହି ପ୍ରଶଂସକଙ୍କୁ ଦେବି, ଯିଏ ଏହି ଟ଼୍ବିଟରେ ଅଧିକ ଲାଇକ୍‌ କରିବେ ଏବଂ କମେଣ୍ଟ ଦେବେ । ଏଥିସହିତ ଟପ୍‌ ୧୦ ରେ ଥିବା ବାକି ପ୍ରଶଂସକଙ୍କୁ ବିମାନ ଟିକେଟ ଦେବେ ।

Share