Categories: ଖେଳ

ପନ୍ତଙ୍କୁ ସ୍ବତନ୍ତ୍ର ପୁରସ୍କାର

ଦୁବାଇ, ୮ା୨- ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସୋମବାର ପ୍ରଥମ ଖେଳାଳି ଭାବେ ଚଳିତ ମାସର ଶ୍ରେଷ୍ଠ ଆଇସିସି ଖେଳାଳି ସମ୍ମାନ ପାଇଛନ୍ତି। ଗତ ମାସରେ ଅଷ୍ଟ୍ରେଲିଆ ବିପକ୍ଷ ଦୁଇ ଟେଷ୍ଟ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ ଯୋଗୁ ତାଙ୍କୁ ମିଳିଛି ଏହି ପୁରସ୍କାର। ବ୍ରିସବେନଠାରେ ୮୯ ଓ ସିଡ୍‌ନୀ ତଥା ଅନ୍ତିମ ଟେଷ୍ଟରେ ପନ୍ତଙ୍କ ୯୭ ରନ୍‌ର ଇନିଂସ କାରଣରୁ ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲା ଟିମ୍‌ ଇଣ୍ଡିଆ।

ଉଦ୍‌ଘାଟନୀ ପୁରସ୍କାର ପାଇବା ପରେ ପନ୍ତ କହିଛନ୍ତି, ପ୍ରତ୍ୟେକ କ୍ରୀଡ଼ାବିତ୍‌ଙ୍କ ପାଇଁ ଦଳୀୟ ବିଜୟରେ ଯୋଗଦାନ କରିବା ସବୁଠୁ ବଡ଼ ପୁରସ୍କାର। କିନ୍ତୁ ଆଇସିସିର ଏଭଳି ପଦକ୍ଷେପ ଯୁବ ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ। ମୁଁ ଏହି ପୁରସ୍କାର ଅଷ୍ଟ୍ରେଲିଆରେ ସିରିଜ୍‌ ଜିତିଥିବା ଭାରତୀୟ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଉତ୍ସର୍ଗ କରୁଛି। ମୋତେ ଭୋଟ ଦେଇଥିବା ଫ୍ୟାନ୍ସଙ୍କୁ ଧନ୍ୟବାଦ୍‌।

Share