Categories: ଖେଳ

ପନ୍ତଙ୍କ ନାଁରେ ଲଜ୍ଜାଜନକ ରେକର୍ଡ

ବେଙ୍ଗାଲୁରୁ,୧୯।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ ଆଜି ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ରିଷଭ ପନ୍ତ ପୁଣି ଟସ ହାରିଛନ୍ତି। ତାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି ହୋଇଛି। ଦ୍ୱିପାକ୍ଷିକ ସିରିଜରେ ଲଗାତର ପାଞ୍ଚ କିମ୍ବା ଅଧିକ ଟସ ହାରିବାରେ ପନ୍ତ ଦୁନିଆର ପ୍ରଥମ ଅଧିନାୟକ ହୋଇଛନ୍ତି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଅଧିନାୟକ କେଶବ ମହାରାଜ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
କ୍ରମାଗତ ଟସ ହାରିବା ପରେ ୟୁଜର୍ସ ସୋସିଆଲ ମିଡିଆରେ ପନ୍ତଙ୍କୁ ଟ୍ରୋଲ୍‌ କରୁଛନ୍ତି। ତାଙ୍କୁ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସହ ତୁଳନା ମଧ୍ୟ କରିଛନ୍ତି। କୋହଲି ମଧ୍ୟ ଟସ ହରାଇବାରେ ପାରଙ୍ଗମ ଥିଲେ। ଏହି ସିରିଜରେ ପନ୍ତ ପ୍ରଥମ ଥର ପାଇଁ ଭାରତର ଅଧିନାୟକତ୍ୱ କରୁଛନ୍ତି।

Share