Categories: ଖେଳ

ଦେଢ଼ ବର୍ଷ ପରେ ପନ୍ତଙ୍କ ଝଡ଼, ଟି୨୦ ମ୍ୟାଚ୍‌ରେ କଲେ ଚୌକା ଛକା ବର୍ଷା; ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୨୧।୨: ଭାରତୀୟ ଟିମ୍‌ର ଷ୍ଟାର ଉଇକେଟକିପର ଋଷଭ ପନ୍ତ କ୍ରିକେଟ ମଇଦାନକୁ ଫେରିଛନ୍ତି। ପନ୍ତ ଲଗାତର ଭାବେ ନିଜର ଫିଟ୍‌ନେସ୍‌ ସହ ଜଡ଼ିତ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେୟାର କରୁଛନ୍ତି। ଏହି କ୍ରମରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ପନ୍ତ ଏକ ଟି୨୦ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରୁଥିବା ଦେଖାଯାଉଛି।

ଡିସେମ୍ବର ୨୦୨୨ର କାର୍‌ ଦୁର୍ଘଟଣା ପରେ ପନ୍ତ ପ୍ରଥମ ଥର ଲାଗି ଟି୨୦ ମ୍ୟାଚ୍‌ ଖେଳିଥିଲେ। ବାଙ୍ଗାଲୁରୁସ୍ଥିତ ଏନ୍‌ସିଏରେ ପନ୍ତ ଫିଟ୍‌ନେସ୍‌ ପାଇବାକୁ କାମ କରୁଛନ୍ତି। ଏଠାରେ ହିଁ ତାଙ୍କର ଫିଟନେସ୍‌ ଦେଖିବା ଲାଗି ଏକ ମ୍ୟାଚ୍‌ର ଆୟୋଜନ କରାଯାଇଥିଲା। ଏଥିରେ ପନ୍ତଙ୍କ ବ୍ୟତିତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଭାଗ ନେଇଥିଲେ।

ରିପୋର୍ଟ ମୁତାବକ, ପନ୍ତ ଉଇକେଟକିପିଂ କରି ନ ଥିଲେ ହେଲେ ୨୦ ଓଭର ମ୍ୟାଚ୍‌ରେ ବ୍ୟାଟିଂ ଏବଂ ଫିଲ୍ଡିଂ କରିଥିଲେ। ଏହି ସମୟରେ ତାଙ୍କୁ ଅସହଜ ଅନୁଭବ ହୋଇ ନ ଥିଲା। ସେ ପୁରା ଫିଟ୍‌ ନଜର ଆସିଥିଲେ। ଏପରିକି ସେ ଜବରଦସ୍ତ ଶଟ୍‌ ଖେଳିଥିଲେ। ପ୍ରାୟ ଦେଢ଼ ବର୍ଷ ପରେ ପନ୍ତ କୌଣସି ମ୍ୟାଚ୍‌ରେ ଭାଗ ନେଇଥିବାରୁ ଏହା ଗୁରୁତ୍ୱପୁର୍ଣ୍ଣ ରହିଥିଲା।
ଦେଖନ୍ତୁ ଭିଡିଓ:

Share