ଏହି ଦିନ ଓଟିଟିରେ ରିଲିଜ୍‌ ହେବ ସୁପରହିଟ୍‌ ଫିଲ୍ମ ‘କାନ୍ତାରା’

କନ୍ନଡ ଫିଲ୍ମ ‘କାନ୍ତାରା’ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ସସପେନ୍ସ ଏବଂ ଜବରଦସ୍ତ ଥ୍ରୀଲରରେ ପରିପୂର୍ଣ୍ଣ ଏହି ଫିଲ୍ମ ଦର୍ଶକଙ୍କଠାରୁ ବହୁତ ଭଲ ରେସପନ୍ସ ପାଇଛି। ହଲ୍‌ ପରେ ଏବେ ‘କାନ୍ତାରା’ ଓଟିଟିରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଫିଲ୍ମଟି ୨୪ ନଭେମ୍ବରରୁ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହେବ। ଅବଶ୍ୟ, ବର୍ତ୍ତମାନ ହିନ୍ଦୀ ଭର୍ସନ ଦର୍ଶକଙ୍କୁ ଟିକେ ଅପେକ୍ଷା କରିବାକୁ ପଡିବ କାରଣ ନିର୍ମାତା ଏହାକୁ କେବଳ ମାଲାୟାଲମ, ତାମିଲ, ତେଲୁଗୁ ଏବଂ କନ୍ନଡ ଭାଷାରେ ଓଟିଟରେ ରିଲିଜ୍‌ କରୁଛନ୍ତି। ମାତ୍ର ୨୦ କୋଟି ଟଙ୍କା ପ୍ରସ୍ତୁତ ଏହି ଫିଲ୍ମଟି ପ୍ରାୟ ୪ ଶହ କୋଟିରୁ ଅଧିକ ବ୍ୟବସାୟ କରିଛି।

Share