ରିଶବ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ, ୯।୧୦: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମଙ୍ଗଳବାର ୭୦ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୫ ମହିଳାଙ୍କୁ ମିଶାଇ ସମୁଦାୟ ୮୫ ଜଣ କଳାକାରଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରୁସ୍କାର ପ୍ରଦାନ କରିଛନ୍ତି। ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ରାଷ୍ଟ୍ରପତି ମୁର୍ମୁ ସମ୍ମାନଜନକ ଦାଦାସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରିଛନ୍ତି।
ସେହିପରି ମାଲୟାଲମ ଫିଲ୍ମ ‘ଅଟ୍ଟାମ: ଦି ପ୍ଲେ’କୁ ଶ୍ରେଷ୍ଠ ଫିଚର ଫିଲ୍ମର ପୁରସ୍କାର ମିଳିଛି। ବଲିଉଡ୍‌ ମୁଭି ‘ଉଁଚାଇ’ ପାଇଁ ସୂରଜ ଆର୍‌ ବଡ଼ଯାତ୍ୟାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଛି। ତେବେ ଉକ୍ତ ଫିଲ୍ମ ପାଇଁ ଅଭିନେତ୍ରୀ ନୀନା ଗୁପ୍ତା ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବେ ପୁରସ୍କାର ଗ୍ରହଣ କରିଛନ୍ତି। ଫିଲ୍ମ ‘ଫୌଜା’ ପାଇଁ ପଓ୍ବନ ମାଲହୋତ୍ରାଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତା ଆଓ୍ବାର୍ଡ ମିଳିଛି। ସେହିପରି କନ୍ନଡ଼ ହିଟ୍‌ ଫିଲ୍ମ ‘କାନ୍ତାରା’ ପାଇଁ ଅଭିନେତା ରିଶବ୍‌ ଶେଟ୍ଟୀଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିକ କରିଛନ୍ତି। ତାମିଲ ଫିଲ୍ମ ‘ତିରୁଚିତ୍ରାମ୍ବଲମ’ ପାଇଁ ଅଭିନେତ୍ରୀ ନିତ୍ୟା ମେନନ୍‌ ଓ ଗୁଜୁରାଟି ଫିଲ୍ମ ‘କଚ୍ଛ ଏକ୍ସପ୍ରେସ୍‌’ ପାଇଁ ଅଭିନେତ୍ରୀ ମାନସୀ ପରେଖଙ୍କୁ ମିଳିତ ଭାବେ ଶ୍ରେଷ୍ଠ ଅଭିନେତ୍ରୀ ଆଓ୍ବାର୍ଡ ମିଳିଛି। ସେହିପରି ମଣିରତ୍ନମଙ୍କ ନିର୍ଦ୍ଦେଶିତ ‘ପୋନ୍ନିନ ସେଲ୍‌ଭମ୍‌-୧’ ଫିଲ୍ମରେ ସର୍ବୋତ୍ତମ ପୃଷ୍ଟୋଭୁମି ସଙ୍ଗିତ ପାଇଁ ପ୍ରସିଦ୍ଧ ସଙ୍ଗୀତଜ୍ଞ ଏ.ଆର. ରେହମାନ୍‌ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଛନ୍ତି। ଏହା ହେଉଛି ରେହମାନଙ୍କର ସପ୍ତମ ଜାତୀୟ ପୁରସ୍କାର। ସେହିପରି ‘ଗୁଲ୍‌ମୋହର’ ଫିଲ୍ମ ପାଇଁ ଅଭିନେତା ମନୋଜ ବାଜପେୟୀ ବିଶେଷ ଉଲ୍ଲେଖ ଅଭିନେତା ଭାବେ ପୁରସ୍କାର ଗ୍ରହଣ କରିଛନ୍ତି। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ରୁ ଓଟିଟିରେ ‘ସର୍‌ଫିରା’

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ ରାଧିକା ମଦାନଙ୍କ ‘ସର୍‌ଫିରା’ ଗତ ଜୁଲାଇ ୧୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ତେବେ ଏହା ବକ୍ସ ଅଫିସ୍‌ରେ...

ଓଡ଼ିଶା ପାଇଁ ଗୌରବ, ଦମନକୁ ଜାତୀୟ ପୁରସ୍କାର

ଭୁବନେଶ୍ୱର,୮।୧୦: ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର। ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଦମନ ପୁରସ୍କୃତ ହୋଇଛି। ଦିଲ୍ଲୀ...

ବୁଢ଼ୀ ‘ଅନୁପମା’ଙ୍କୁ ଦେଖି ପ୍ରଶଂସକଙ୍କ ବଢ଼ିଲା ବିପି

ବମ୍ବେ: ଚର୍ଚ୍ଚାରେ ଟେଲିଭିଜନ ଦୁନିଆର ସବୁଠାରୁ ଲୋକପ୍ରିୟ ଧାରାବାହିକ ‘ଅନୁପମା’। ନିକଟରେ ନିର୍ମାତା ଏହାର ଲିପ୍‌ ନେଇ ଘୋଷଣା କରିଥିଲେ, ଯାହାର ପ୍ରମୋ ହୋଇଛି ରିଲିଜ।...

‘ସିଂଘମ୍‌ ଏଗେନ୍‌’ ଟ୍ରେଲର ଆଉଟ୍

ମୁମ୍ବାଇ: ଅଜୟ ଦେବଗନଙ୍କ ‘ସିଂଘମ୍‌ ଏଗେନ୍‌’ ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଫିଲ୍ମ ରିଲିଜ୍‌ ତାରିଖ ପାଖେଇ ଆସୁଥିବା ସହ ଲୋକଙ୍କ ଉତ୍ସାହ...

ପ୍ରଶଂସକଙ୍କୁ କ୍ଷମା ମାଗିଲେ ନିୟା

ମୁମ୍ବାଇ: ‘ବିଗ୍‌ବସ୍‌ ୧୮’ ରବିବାରଠାରୁ ଆରମ୍ଭ ହୋଇଛି। ଏହି ଶୋ’ରେ ଅଭିନେତ୍ରୀ ନିୟା ଶର୍ମା ଅଂଶଗ୍ରହଣ କରୁଥିବାନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା। ନିୟା ମଧ୍ୟ...

ଟ୍ରୋଲର୍ସଙ୍କୁ ଜବାବ ଦେଲେ କରନ୍‌

ମୁମ୍ବାଇ: ଆଲିଆ ଭଟ୍ଟଙ୍କ ଆଗାମୀ ଚଳଚ୍ଚିତ୍ର ‘ଜିଗ୍‌ରା’ ନିକଟରେ ଖୁବ୍‌ ଚର୍ଚ୍ଚାରେ ରହିଛି। ତେବେ ଫିଲ୍ମର ପ୍ରମୋଶନବେଳେ ଏକ ସାକ୍ଷାତ୍‌କାରରେ ଏହାର ନିର୍ଦ୍ଦେଶକ ଭାସନ୍‌ ବାଲାଙ୍କ...

ସଲମାନଙ୍କୁ ଭେଟିଲେ ଆରଧ୍ୟା! ବି ଟାଉନ୍‌ରେ ହଲଚଲ, ଜାଣନ୍ତୁ ଭାଇରାଲ ଫଟୋ ପଛର ସତ୍ୟତା…

ମୁମ୍ବାଇ: ସଲମାନ ଖାନ ଏବେ ତାଙ୍କର ଆଗାମୀ ଫିଲ୍ମ ସିକନ୍ଦର ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ସୁଟିଂ ସେଟ୍‌ ଭିତରେ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ...

ଛାଡପତ୍ର ଗୁଜବ ଭିତରେ ଐଶ୍ୱର୍ଯ୍ୟାଙ୍କ ଡାଏରୀ ଫଟୋ ଭାଇରାଲ, ମୋର ଦୁଃଖ…

ମୁମ୍ବାଇ: ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ଅନ୍ୟତମ ଲୋକପ୍ରିୟ ଦମ୍ପତି । ତେବେ ଗତ କିଛି ଦିନ ହେବ ଏହି ଦମ୍ପତିଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri