Categories: ଖେଳ

ପୁରୁଣା ଅନ୍ଦାଜ୍‌ରେ ନଜର ଆସିଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୧୭।୮: ଡିସେମ୍ବର ୨୦୨୨ରେ କାର ଦୁର୍ଘଟଣା ପରେ ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ପ୍ରଥମ ଥର ପାଇଁ ଏକ ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ବାହାରିଥିଲେ। କାର ଦୁର୍ଘଟଣା ପରେ ପନ୍ତଙ୍କୁ ଆଣ୍ଠୁ ଅସ୍ତ୍ରୋପଚାର କରିବାକୁ ପଡିଥିଲା। ପନ୍ତ ଏତେ ଶୀଘ୍ର ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଭ୍ୟାସ ମ୍ୟାଚରେ ବ୍ୟାଟିଂ କରୁଥିବାବେଳେ ପନ୍ତ ସୁନ୍ଦର ଛକା ମାରିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ଭିଡିଓରେ ପନ୍ତଙ୍କ ପୁରୁଣା ଶୈଳୀ ଦେଖିବାକୁ ମିଳିଥିଲା। ପନ୍ତ ନିଜ ପୁରୁଣା ଶୈଳୀରେ ଛକା ମାରିଥିଲେ। ଅଭ୍ୟାସ ମ୍ୟାଚ ପାଇଁ ପଡ଼ିଆରେ ଅବତରଣ କରିବା ସତ୍ତ୍ୱେ ବିଶ୍ୱକପ ୨୦୨୩ ପାଇଁ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ହେବାର କୌଣସି ଆଶା ନାହିଁ। ତେବେ ୨୦୨୪ରେ ଇଂଲଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜକୁ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ସ୍ଥିର ବୋଲି ଧରାଯାଉଛି।

 

Share