Advertisement
Categories: ଖେଳ

ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଏଣ୍ଟ୍ରି ମାରିଲେ ରିଷଭ ପନ୍ତ: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

କୋଲକାତା,୩୦।୪: କେକେଆର ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ୨୭ ରନର ଏକ ଇନିଂସ ଖେଳିଥିଲେ। ଏହି ଇନିଂସ ପାଇଁ ସେ ବର୍ତ୍ତମାନ ଅରେଞ୍ଜ କ୍ୟାପ୍‌ ରେସ୍‌ରେ ପ୍ରବେଶ କରିଛନ୍ତି। ସେ ଏହି ରେସ୍‌ରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ପନ୍ତ ୧୧ଟି ମ୍ୟାଚର ୧୧ ଇନିଂସରେ ହାରାହାରି ୪୪.୨୨ ଏବଂ ଷ୍ଟ୍ରାଇକ ରେଟ ୧୫୮.୫୭ରେ ୩୯୮ ରନ ସଂଗ୍ରହ କରିଛନ୍ତି। ଏହି ତାଲିକାରେ ବିରାଟ କୋହଲି ୫୦୦ ରନ ସହ ଶୀର୍ଷ ସ୍ଥାନରେ ଅଛନ୍ତି। ସେ ଏବେ ଅରେଞ୍ଜ କ୍ୟାପ ରଖିଛନ୍ତି। ଚେନ୍ନାଇ ଅଧିନାୟକ ଋତୁରାଜ ଗାଇକ୍ୱାଡ ୪୪୭ ରନ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଏବଂ ଗୁଜରାଟ ଟାଇଟାନ୍ସର ସାଇ ସୁଦର୍ଶନ ୪୧୮ ରନ ସହ ତୃତୀୟ ସ୍ଥାନରେ ଅଛନ୍ତି।
ସେହିପରି ପର୍ପଲ କ୍ୟାପ ରେସ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଦ୍ରୁତ ବୋଲର ଜସପ୍ରୀତ ବୁ୍‌ରା ୧୪ ଉଇକେଟ ନେଇ ଶୀର୍ଷ ସ୍ଥାନରେ ଅଛନ୍ତି। ଏହା ପରେ ଚେନ୍ନାଇ ସୁପର କିଙ୍ଗ୍ସର ମୁସ୍ତାଫିଜୁର ରହମାନ ଏବଂ ପଞ୍ଜାବ କିଙ୍ଗ୍ସର ହର୍ଷଲ ପଟେଲ ମଧ୍ୟ ଯଥାକ୍ରମେ ୧୪-୧୪ ଉଇକେଟ ନେଇ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel