ମାଧୁରୀ ଦୀକ୍ଷିତଙ୍କୁ କାହିଁକି କ୍ଷମା ମାଗିଥିଲେ ବଲିଉଡ୍‌ର ଏହି ଲଭର୍‌ ବୟ? ଟୁଇଟ୍‌ କରି କହିଥିଲେ ଏଭଳି କଥା…

ବମ୍ବେ: ବଲିଉଡ୍‌ର ସଫଳ ଅଭିନେତାଙ୍କ ମଧ୍ୟରୁ ଦିବଂଗତ ଅଭିନେତା ଋଷି କପୁର ଜଣେ। କେବଳ ଫିଲ୍ମ ଏବଂ କାମ ପାଇଁ ନୁହେଁ ବରଂ ନିଜର ବୟାନକୁ ନେଇ ସେ ଚର୍ଚ୍ଚାରେ ରହୁଥିଲେ। ୨୦୧୫ରେ ସେ ଏକ ଟୁଇଟ୍‌ କରିଥିଲେ। ସେଥିରେ ସେ ମାଧୁରୀ ଦୀକ୍ଷିତଙ୍କ ଏକ ଫଟୋ ଶେୟାର କରି କ୍ଷମା ମାଗିଥିଲେ।

ଲଭର୍‌ ବୟ ଭାବେ ପରିଚିତ ଋଷି ଅଭିନେତ୍ରୀଙ୍କ ସହ ‘ସାହିବାନ’, ‘ୟାରାନା’ ଏବଂ ‘ପ୍ରେମଗ୍ରନ୍ଥ’ ଫିଲ୍ମରେ କାମ କରିଥିଲେ। ହେଲେ ଫିଲ୍ମ ହିଟ୍‌ ହୋଇ ନ ଥିଲା। ଏହି କାରଣକୁ ନେଇ ସେ ମାଧୁରୀଙ୍କୁ କ୍ଷମା ମାଗିଥିଲେ। ଟୁଇଟ୍‌ କରି, ସ୍ବିକାରୋକ୍ତି। ଏକମାତ୍ର ସହଅଭିନେତା, ଯାହାଙ୍କ ସହ ତିନି ଥର ପ୍ରଚେଷ୍ଟା କରିବା ସତ୍ତ୍ୱେ ଗୋଟିଏ ବି ଫିଲ୍ମ ସଫଳ ହୋଇପାରିନାହିଁ। ସରି ମାଧୁରୀ ବୋଲି କହିଥିଲେ ସେ।

ଠିକ୍‌ ସେହିଭଳି ଅନ୍ୟ ଏକ ଟୁଇଟ୍‌ରେ ରେଖାଙ୍କ ସହ ଏକ ଫଟୋ ଶେୟାର କରି ତାଙ୍କ ସହ କୌଣସି ହିଟ୍‌ ଫିଲ୍ମ ଦେଇ ନ ଥିବା କହିଥିଲେ। ମାତ୍ର ରେଖାଙ୍କ ଅଭିନୟରେ ଯାଦୁ ଥିଲା ବୋଲି ସେ କହିଥିଲେ। ସେତେବେଳ ସମୟରେ ଏହି ଟୁଇଟ୍‌ଗୁଡ଼ିକ ବେଶ୍‌ ଭାଇରାଲ ହୋଇଥିଲା।

Share