ଏସିଆର ଧନୀ ବ୍ୟକ୍ତିଙ୍କ ତାଲିକାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ପତ୍ନୀ ଅକ୍ଷତା ମୂର୍ତ୍ତି

ଲଣ୍ଡନ,୨୫ ।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସହଧର୍ମିଣୀ ଅକ୍ଷରା ମୂର୍ତ୍ତି ବ୍ରିଟେନରେ ‘ଏସିଆର ଧନୀ ବ୍ୟକ୍ତଙ୍କ ତାଲିକା ୨୦୨୨’ରେ ସାମିଲ ହୋଇଛନ୍ତି । ଏହି ତାଲିକାର ଶୀର୍ଷରେ ହିନ୍ଦୁଜା ପରିବାରକୁ ରଖାଯାଇଛି । ସୁନକ ଓ ଅକ୍ଷତା ମୁର୍ତ୍ତି ୭୯ କୋଟି ପାଉଣ୍ଡର ଆନୁମାନିକ ସମ୍ପତ୍ତି ସହ ତାଲିକାର ୧୭ତମ ସ୍ଥାନରେ ରହିଛନ୍ତି । ଅକ୍ଷରାଙ୍କ ପିତା ଏନ ଆର ନାରାୟଣ ମୂର୍ତ୍ତି ଭାରତୀୟ ଆଇଟି କମ୍ପାନୀ ଇନଫୋସିସର ସହ-ସଂସ୍ଥାପକ ।
ଚଳିତ ବର୍ଷ ସୂଚିରେ ସାମିଲ ହୋଇଥିବା ଧନୀଙ୍କ ମୋଟ ସମ୍ପତ୍ତି ୧୧୩.୨ ଅରବ ପାଉଣ୍ଡ । ଯାହା ଗତବର୍ଷ ତୁଳନାରେ ୧୩.୫ ଅରବ ପାଉଣ୍ଡ ଅଧିକ । ଏହି ତାଲିକାରେ ହିନ୍ଦୁଜା ପରିବାର ଲଗାତାର ଅଷ୍ଟମ ଥର ଶୀର୍ଷ ସ୍ଥାନରେ ରହିଛନ୍ତି । ଏମାନଙ୍କ ଆନୁମାନିକ ସମ୍ପତ୍ତି ୩୦.୫ ଅରବ ପାଉଣ୍ଡ, ଯାହା ଗତ ବର୍ଷ ତୁଳନାରେ ୩ ଅରବ ପାଉଣ୍ଡ ଅଧିକ ।

Share