Categories: ଜାତୀୟ

ଅକ୍ଷରଧାମ ମନ୍ଦିର ଦର୍ଶନ କଲେ ସୁନକ, ଅକ୍ଷତା

ନୂଆଦିଲ୍ଲୀ,୧୦।୯: ଭାରତର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ଜି-୨୦ ଶିଖର ସମ୍ମିଳନୀ। ଏଥିରେ ଯୋଗଦେବାକୁ ୨୯ଦେଶର ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନ୍ୟ ଦେଶର ପ୍ରତିନିଧି ମଧ୍ୟ ଆସିଛନ୍ତି। ତେବେ ଜି-୨୦ର ପ୍ରଥମ ଅଧିବେଶନ ଶନିବାର ଶେଷ ହୋଇଛି। ଜି-୨୦ ଅବସରରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସ୍ତ୍ରୀ ଅକ୍ଷତା ମୁର୍ତ୍ତୀ ଭାରତ ଆସିଛନ୍ତି। ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ସୁନକ ଓ ଅକ୍ଷତା ରବିବାର ସକାଳେ ଦିଲ୍ଲୀର ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି।

Share