Categories: ଖେଳ

ସୁନକ ହେଲେ ପ୍ରଧାନମନ୍ତ୍ରୀ, ନେହେରାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଲୋକେ…

ନୂଆଦିଲ୍ଲୀ,୨୬।୧୦: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଭାରତୀୟ ମୂଳ ବଂଶୋଦ୍ଭବ ଋଷି ସୁନକ। ଏହା ଏକ ଐତିହାସିକ ଘଟଣା ବୋଲି କୁହାଯାଉଛି। ତେବେ ଏହାକୁ ନେଇ ତାଙ୍କ ବଦଳରେ ଦ୍ରୁତ ବୋଲର ଆଶିଷ ନେହେରାଙ୍କୁ ଟୁଇଟ୍‌ରରେ ଲୋକେ ଶୁଭେଚ୍ଛା ଜଣାଉଥିବା ଚର୍ଚ୍ଚାର ବିଷୟ ପାଲଟିଛି।

ସୁନକଙ୍କୁ ନେଇ ଅନେକ ମେମେ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ଭଳି ଦେଖାଯାଉଥିବାରୁ ନେହେରାଙ୍କୁ ମଧ୍ୟ କେହି ଛାଡ଼ୁନାହାନ୍ତି। ଉଭୟ ଭାଇ ଏବଂ କୁମ୍ଭ ମେଳାରେ ବୋଧହୁଏ ଅଲଗା ହୋଇଯାଇଥିବା ଲୋକେ କହୁଥିବା ଦେଖାଯାଇଛି।
ଦେଖନ୍ତୁ ସେଭଳି କିଛି ମେମେ:

କହିରଖୁଛୁ, ସୁନକ ପୂର୍ବରୁ ବ୍ରିଟେନର ଅର୍ଥମନ୍ତ୍ରୀ ଥିଲେ। ଏବେ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ଦେଶ ଇତିହାସର ୨୧୦ ବର୍ଷ ମଧ୍ୟରେ ସବୁଠାରୁ କମ୍‌ ବୟସର ପ୍ରଧାନମନ୍ତ୍ରୀ ହେଉଛନ୍ତି ସେ।

Share