ବୋରିସଙ୍କଠାରୁ ଅଧିକ ଭରସାଯୋଗ୍ୟ ହେଉଛନ୍ତି ସୁନକ: ରିପୋର୍ଟ

ଲଣ୍ଡନ,୨୨ ।୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏକ ନୂଆ ସର୍ବେକ୍ଷଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ତୁଳନାରେ ଅଧିକ ଭରସାଯୋଗ୍ୟ ବୋଲି କୁହାଯାଇଛି । ଆର୍ଥିକ ଭାବେ ଅଧିକ ସକ୍ଷମ ଓ ଭୋଟ ଏକାଠି କରିବାରେ ଅଧିକ କ୍ଷମତା ଥିବା ବ୍ୟକ୍ତି ହେଉଛନ୍ତି ସୁନକ ।
‘ଦ ଇଣ୍ଡିପେଣ୍ଡେଣ୍ଟ’ ସମାଚାର ପତ୍ର ପାଇଁ ‘ସତଂୱା କାମରେସ’ ସର୍ବେକ୍ଷଣରୁ ଜଣାପଡିଛି, ୨୦୧୯ ସାଧାରଣ ନିର୍ବାଚନରେ ବଡ ଜନାଦେଶ ହାସଲ କରିଥିବା କଞ୍ଜରଭେଟିଭ ଦଳର ନେତାଭାବେ ଜନସନ ଆସନ୍ତା ନିର୍ବାଚନ ପୂର୍ବରୁ ବ୍ରିଟିଶ ଭୋଟରଙ୍କ ମଧ୍ୟରେ ଆବଶ୍ୟକୀୟ ଲୋକପ୍ରିୟତା ପାଇନାହାନ୍ତି ।
ସର୍ଭେରୁ ଜଣାପଡିଛି କି ୬୩ ପ୍ରତିଶତ ଜନତା ଜନସନଙ୍କ ବିରୋଧରେ ରହିଛନ୍ତି ଓ ମାତ୍ର ୨୪ ପ୍ରତିଶତ ଜନତା ତାଙ୍କ ସପକ୍ଷରେ ରହିଛନ୍ତି, ଯେ ଜନସନ ପୁଣି ଦେଶର ନେତୃତ୍ୱ ନେଇ ପାରିବେ ।
ଅନ୍ୟପଟେ ୪୧ ପ୍ରତିଶତ ମତଦାତା ବିଶ୍ୱାସ କରନ୍ତି ଯେ ୪୨ ବର୍ଷିୟ ସୁନକ ଟୋରି ପାର୍ଟିର ପ୍ରତିଷ୍ଠାରେ ସୁଧାର ଆଣିପାରିବେ । ସମାଚାର ପତ୍ରରେ ଦିଆଯାଇଥିବା ସର୍ଭେ ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମର୍ଥକ କୁହନ୍ତି ତାଙ୍କ ନିକଟରେ ନିର୍ବାଚନ ଯାଦୁ ରହିଛି । ହେଲେ ପରିଣାମ କହୁଛି ସୁନକ ଅଧିକ ଭରସାଯୋଗ୍ୟ, ଆର୍ଥିକ ଭାବେ ଅଧିକ ସକ୍ଷମ ଓ ସେ ଭୋଟ ଜିତିବାର ଅଧିକ ସମ୍ଭାବନା ରହିଛି ।

Share