ସମଗ୍ର ବିଶ୍ୱ ପାଇଁ ଚାଇନା ଏକ ନମ୍ବର ବିପଦ: ସୁନକ

ଲଣ୍ଡନ,୨୫।୭: ବ୍ରିଟେନର ପ୍ରଧାନମନ୍ତ୍ରୀ ରେସ୍‌ରେ ଥିବା ଋଷି ସୁନକ ଚାଇନା ଉପରେ କଠୋର ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯଦି ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ସେ ଚାଇନା ବିରୋଧରେ କଡା ନୀତି ଆପଣାଇବେ। କେବଳ ବ୍ରିଟେନ ପାଇଁ ନୁହେଁ, ସମଗ୍ର ବିଶ୍ୱ ପାଇଁ ଚାଇନା ଏକ ନମ୍ବର ବିପଦ ବୋଲି ସୁନକ କହିଛନ୍ତି।
ଭାରତୀୟ ବଂଶୋଦ୍ଭବ ସୁନକଙ୍କୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଲିଜ ଟ୍ରସ ଚାଇନା ଏବଂ ରୁଷିଆ ଉପରେ ନରମ ବୋଲି ଅଭିଯୋଗ କରିଥିଲେ। ଏହା ପରେ ସୁନକଙ୍କ ଚାଇନା ପ୍ରତି ତତ୍ବା ତୀକ୍ଷ୍ଣ ଆଭିମୁଖ୍ୟ ସ୍ପଷ୍ଟ ହୋଇଛି। ଚାଇନାର ଅଥନୈତିକ ଏବଂ ସାମ୍ରାଜ୍ୟବାଦୀ ନୀତିକୁ ସୁନକ ଦୃଢ ସମାଲୋଚନା କରିଛନ୍ତି। ଚାଇନା ଟେକ୍ନୋଲୋଜି ଚୋରି କରି ଋଣ ଜାଲରେ ଫସାଇ ବିକାଶଶୀଳ ଦେଶଗୁଡ଼ିକୁ ଧ୍ୱଂସ କରିଥିବା ସେ ଅଭିଯୋଗ କରିଛନ୍ତି।
ଚାଇନା ବିଶ୍ୱ ଶାନ୍ତି ଏବଂ ନିରାପତ୍ତା ପାଇଁ ସବୁଠାରୁ ବଡ ବିପଦ ବୋଲି ବର୍ଣ୍ଣନା କରି ସେ କହିଛନ୍ତି, ଚାଇନା ଆମ ବିଶ୍ୱବିଦ୍ୟାଳୟରେ ଚତୁରତାର ସହ ପ୍ରବେଶ କରୁଛି ଏବଂ ଆମର ଟେକ୍ନୋଲୋଜି ଚୋରି କରୁଛି। ଭ୍ଲାଦିମିର ପୁଟିନଙ୍କୁ ପ୍ରୋତ୍ସାହିତ କରିବାରେ ଚାଇନାର ହାତ ଅଛି।

Share