କର୍ଲାମୁଣ୍ଡା,୬।୯(ଡି.ଏନ.ଏ.): କଳାହାଣ୍ଡି ଜିଲ କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ସହ କୃଷି ଋଣ, ଜଳକର ଛାଡ଼, ଓ ତେଲନଦୀ ଠାରେ ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ଦାବି ହୋଇଛି। ଏ ନେଇ ରିଷିଡା ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ଶୋଭାଯାତ୍ରା ସହ ତହସିଲଦାର ବାସନ୍ତୀ ସେଠୀଙ୍କୁ ଦାବିପତ୍ର ଦେବା ପରେ ସେ ମରୁଡି କ୍ଷୟକ୍ଷତି ଆକଳନ କରାଯିବ ବୋଲି ପ୍ରତଶ୍ରୁତି ଦେଇଥିଲେ। ଏ ନେଇ ଅନୁଷ୍ଠିତ ଶୋଭାଯାତ୍ରାରେ ସଭାପତି ପ୍ରେମାନନ୍ଦ ପାତ୍ର, ସମ୍ପାଦକ ଅନ୍ତର୍ଯ୍ୟାମୀ ସାହୁ, ସରପଞ୍ଚ ସରସ୍ବତୀ ମାଝିଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।