ରାମମନ୍ଦିର ନିର୍ମାଣ ଭୂମିପୂଜା ଲାଗି ଡାକଯୋଗେ ପଠାଗଲା ଋଷିକୂଲ୍ୟା ଜଳ

ପୁରୁଷୋତ୍ତମପୁର,୧ା୮: ଅଯୋଧ୍ୟାଠାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ ଲାଗି ଭୂମିପୂଜା ନିମନ୍ତେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ବାସସ୍ଥାନ ରତ୍ନଗିରି ପାହାଡ଼ର ମାଟି ଓ ପବିତ୍ର ଋଷିକୂଲ୍ୟା ନଦୀର ଜଳ ଲାଗି ପାଇଁ ଶନିବାର ଡାକଯୋଗେ ମନ୍ଦିର ସେବାୟତ ବାପୁଜୀ ରଣାଙ୍କ ସମେତ ଅନ୍ୟମାନେ ପଠାଇଛନ୍ତି। କରୋନା ମହାମାରୀ ପାଇଁ ଲକ୍‌ଡାଉନ୍‌ ଚାଲିଥିବାରୁ ଟ୍ରେନ୍‌, ବସ ଚଳାଚଳ ବନ୍ଦ ରହିଛି। ତେଣୁ ଡାକଯୋଗେ ଏହି ଜଳ ପଠାଯାଇଛି।
କିମ୍ବଦନ୍ତୀ ଅନୁସାରେ, ପ୍ରଭୁ ରାମଚନ୍ଦ୍ର ଦେବୀ ସୀତା ଏବଂ ଭାଇ ଲକ୍ଷ୍ମଣଙ୍କ ସହ ବନବାସ ଆସିଥିବା ବେଳେ ଏହି ରତ୍ନଗିରି ପାହାଡ଼ ନିକଟରେ ବାସସ୍ଥାନ କରିଥିବା ବେଳେ ଋଷିକୂଲ୍ୟା ନଦୀରେ ସ୍ନାନ କରିବା ସହ ପ୍ରତାପୁର ଗ୍ରାମର ନଦୀର ଉତ୍ତରବାଙ୍କଠାରେ ମହାଦେବ ତୁମ୍ବେଶ୍ବରଙ୍କୁ ସ୍ଥାପନ କରିଥିଲେ। ଏହି କାରଣରୁ ଏହି ପବିତ୍ର ସ୍ଥଳର ମାଟି ଓ ଜଳକୁ ପଠାଯାଇଥିବା ତାରା ତାରିଣୀ ମନ୍ଦିରର ସେବାୟତ ବାପୁଜୀ ରଣା କହିଛନ୍ତି।

Share