ବଢୁଛି କରୋନା ସଂକ୍ରମଣ : ନିୟମ କଡ଼ାକଡ଼ି କରିବାକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୦ା୧୦: ଆସାମ ଏବଂ ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ  ବଢୁଛି। ସାପ୍ତାହିକ ସଂକ୍ରମଣ ହାର ବୃଦ୍ଧି ହେବାର ଲକ୍ଷଣକୁ ସୂଚାଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କୋଭିଡ୍‌ ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ କହିଛନ୍ତି। କେବଳ ଏତିକି ନୁହେଁ, ପ୍ରତିଷେଧକ ପଦକ୍ଷେପଗୁଡ଼ିକର ସମୀକ୍ଷା କରିବାକୁ ସରକାର ସମସ୍ତ ରାଜ୍ୟକୁ କହିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୬ରେ ଆସାମ ଏବଂ ପଶ୍ଚିମବଙ୍ଗର ମୁଖ୍ୟ ସଚିବମାନଙ୍କୁ ଲେଖିଥିବା ପତ୍ରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଆରତି ଆହୁଜା ସଂକ୍ରମଣ  ବୃଦ୍ଧି ହେବାର ପ୍ରାଥମିକ ସଙ୍କେତ ଦେଇଛନ୍ତି।
ଗତ ସପ୍ତାହରୁ ସେ (ଅକ୍ଟୋବର ୨୦-୨୬) ସାପ୍ତାହିକ ମାମଲାରେ ବୃଦ୍ଧି ଏବଂ ଗତ ଚାରି ସପ୍ତାହରୁ ବୃଦ୍ଧି ପାଇଥିବା ଉପରେ ନଜର ରଖିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଧ୍ୟ ୨୨ ଅକ୍ଟୋବରରେ ପଶ୍ଚିମବଙ୍ଗ ସରକାରଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିରେ ସେ ମାସ ଆରମ୍ଭରେ ଦୁର୍ଗା ପୂଜା ପରେ କୋଲକାତାରେ ସଂକ୍ରମଣ  ବୃଦ୍ଧି ନେଇ ଚିନ୍ତା ପ୍ରକଟ କରିଥିଲେ।

Share