Categories: ଜାତୀୟ

ଚିନ୍ତା ବଢାଉଛି କେରଳ, ମିଜୋରାମ

ଥିରୁବନନ୍ତପୁରମ୍‌,୪।୨: ଦେଶର ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ, ମହାରାଷ୍ଟ୍ର ସହ ୩୪ଟି ରାଜ୍ୟ ସହ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ସଂକ୍ରମଣ କମୁଥିବା ବେଳେ କେରଳ ଓ ମିଜୋରାମରେ ନୂଆ ମାମଲା ବଢ଼ିବାରେ ଲାଗିଛି। କେରଳରେ ସକ୍ରିୟ ମାମଲା ସଂଖ୍ୟା ୫୦ହଜାରରୁ ଅଧିକ ରହିଛି। ଦେଶର ମୋଟ ସକ୍ରିୟ ମାମଲାର ୨୪ ପ୍ରତିଶତ କେରଳରେ ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମିଜୋରାମରେ ମଧ୍ୟ ମାମଲା ବଢ଼ୁଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ ପ୍ରକାଶ କରିଛନ୍ତି।

Share