ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରସଙ୍ଗ: ଓଇଆର୍‌ସି ନିଷ୍ପତ୍ତି କହି ଦୋଷ ଛଡ଼ାଇଲେ ଶକ୍ତିମନ୍ତ୍ରୀ

ଭୁବନେଶ୍ୱର,୨୫।୯(ବ୍ୟୁରୋ): କରୋନା ମହାମାରୀ ସମୟରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ଘରୋଇ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ୍‌ ବୋଝ ଲଦି ଦେଇଛନ୍ତି। ଅକ୍ଟୋବର ପହିଲାରୁ ଉପଭୋକ୍ତାଙ୍କୁ ୟୁନିଟ୍‌ ପିଛା ଅଧିକ ୨୦ ପଇସା ଦେବାକୁ ହେବ। ତେବେ ଓଇଆର୍‌ସିର ନିଷ୍ପତ୍ତିକୁ ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପୂରା ସମର୍ଥନ ଦେଇଛନ୍ତି। ସେ କହିଛନ୍ତି ଯେ ବିଦ୍ୟୁତ୍‌ ଦର ବୃଦ୍ଧି ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ। ଏହା ଓଇଆର୍‌ସିଙ୍କ ନିଷ୍ପତ୍ତି। ଦୀର୍ଘ ୭ ବର୍ଷ ପରେ ଓଇଆର୍‌ସି ୪ ପ୍ରତିଶତ ଶୁଳ୍କ ବୃଦ୍ଧି କରିଛନ୍ତି। ଉତ୍ପାଦନ, ପ୍ରସାରଣ ଏବଂ ବଣ୍ଟନ ଖର୍ଚ୍ଚ ବଢୁଥିବାରୁ ଶୁଳ୍କ ବୃଦ୍ଧି କରି ଥାଇ ପାରନ୍ତି ବୋଲି ମନ୍ତ୍ରୀ ସଫେଇ ଦେଇଛନ୍ତି।
ଘରୋଇ ଉପଭୋକ୍ତାଙ୍କୁ ୫୦ ୟୁନିଟ୍‌ ପର୍ଯ୍ୟନ୍ତ ୨ଟଙ୍କା ୭୦ ପଇସା ଦେବାକୁ ହେବ। ସେହିପରି ୫୦ରୁ ୨୦୦ ୟୁନିଟ୍‌ ପାଇଁ ୪ଟଙ୍କା ୫୦ ପଇସା, ୨୦୦ରୁ ୪୦୦ ୟୁନିଟ୍‌ ପାଇଁ ୫ ଟଙ୍କା ୫୦ ଏବଂ ୪୦୦ ୟୁନିଟ୍‌ରୁ ଅଧିକ ପାଇଁ ୟୁନିଟ୍‌ ପିଛା ୫ଟଙ୍କା ୯୦ ପଇସା ହିସାବରେ ଦେବାକୁ ପଡିବ।

Share