ଆରଡି,୧୬।୯,( ଡି.ଏନ୍.ଏ.): ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବୁଧବାର ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା। ତେବେ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଖୁଆପଦା ଠାରେ ବର୍ତ୍ତମାନ ବିପଦ ସଙ୍କେତ ଯଥେଷ୍ଟ ଉପରେ ପ୍ରବାହିତ ହେଉଛି। ବନ୍ୟାକୁ ନେଇ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଓଳଗ,ସୁନ୍ଦରପୁର,ଆରଡ଼ି, ନାନ୍ଦପୁର ଆଦି ପଞ୍ଚାୟତର ନଦୀ କୂଳିଆ ଲୋକେ ଭୟଭୀତ ହୋଇପଡିଛନ୍ତି । ଯାଜପୁର-ଆରଡ଼ି ୨୦ ନଂ. ଜାତୀୟ ରାଜପଥ ବୋଡକ ବୁଡ଼ିଯାଇଛି।