ଗରିବଙ୍କ କାଳ ଉତ୍ତାପ ବୃଦ୍ଧି

କଥାରେ ଅଛି, “ଖରା ସହେ ତରୁ, ଖରା ସହେ ମେରୁ, ଖରା ସହେ ଚାଷୀ ଭାଇ, ଖରା ସହେ ଗୋରୁ।” ଏହି ଚାରି ମଧ୍ୟରୁ ମେରୁ ନିର୍ଜୀବ, ଗୋରୁ ଓ ତରୁ ସଜୀବ ହେଲେ ମଧ୍ୟ ସେମାନେ ଗ୍ରୀଷ୍ମ କଷ୍ଟ ପ୍ରକାଶ କରିବାକୁ ଅକ୍ଷମ। ପରନ୍ତୁ ଚାଷୀଭାଇ ଯେଉଁମାନେ ଶହଶହ ବର୍ଷ ହେବ ଗ୍ରୀଷ୍ମରେ ସନ୍ତୁଳିତ ହୋଇଥାନ୍ତି, ସେହିମାନେ ହିଁ ଗରିବ ଶ୍ରେଣୀଭୁକ୍ତ।
ଆଦିମ କାଳରେ ଗଛର ଫଳ ଓ ପଶୁ ଶିକାର କରି ପେଟ ନ ପୂରିବାରୁ ମଣିଷ କୃଷି ଉପରେ ନିର୍ଭର କଲା। କାଳକ୍ରମେ କୃଷକର ଆୟ ଉପରେ ରାଜା, ରାଜୁଡ଼ା ଆଖି ପକାଇଲେ। ଚତୁର ଲୋକମାନେ ସରକାରୀ ଜମିକୁ ହଡ଼ପ କରିନେଲେ। ସର୍ବଦା ଚିର ସହଚର ଦୈବୀଦୁର୍ବିପାକ ଯୋଗୁ ଗାଁ ମହାଜନଙ୍କ ପାଖରୁ କୃଷକମାନେ ସୁଧରେ ଟଙ୍କା ଆଣି ଜମି ବନ୍ଧକ ଦିଅନ୍ତି। ମୂଳ ଶୁଝି ନ ପାରି ସେହି ସମ୍ପତ୍ତିକୁ ବିକ୍ରି କରି ମହାଜନି ଶୁଝନ୍ତି ଅବା ମହାଜନର କଣ୍ଟ ପୂରିଗଲେ ସମ୍ପତ୍ତି ତାଙ୍କର ହୋଇଯାଏ। ଯେଉଁମାନେ କ୍ଷୁଦ୍ର ଚାଷୀ ସେମାନେ ନାମମାତ୍ର। ନାମମାତ୍ର ଚାଷୀ କୃଷି ଶ୍ରମିକ ହୋଇଗଲେ। କେତେକ କୃଷି ଶ୍ରମିକ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଓ ଯେଉଁମାନେ ରାଜ୍ୟ ଭିତରେ ରହିଲେ ସେମାନେ ନିର୍ମାଣ ଶ୍ରମିକ ଅଥବା କଳକାରଖାନାଗୁଡ଼ିକର ସାଧାରଣ ଶ୍ରମିକ ଭାବେ କାମ କଲେ। ଏହିମାନେ ଗରିବ ଶ୍ରେଣୀଭୁକ୍ତ ହୋଇଥିବାରୁ ଖରା, ବର୍ଷା, ଶୀତ, କାକର ସହ୍ୟ କରି ମାଲିକ ଅବା କୃଷିକ୍ଷେତ୍ରରେ ଦିନ ତମାମ ଖଟିଥାନ୍ତି।
ଉତ୍ତାପ ଆଗକୁ ଆହୁରି ବଢ଼ିବ ବୋଲି ପରିବେଶବିତ୍‌ମାନେ ସତର୍କବାଣୀ ଦେଲେଣି। ପରିବେଶ ସୁରକ୍ଷା ପାଇଁ ବିଶ୍ୱସ୍ତରରେ ନାନା ବୈଠକ ବସି ଏହାର ସୁଧାର ପାଇଁ ବିଭିନ୍ନ ନିୟମ ଲାଗୁ ହେଲେ ମଧ୍ୟ ବିକଶିତ ତଥା ବିକାଶଶୀଳ ଦେଶଗୁଡ଼ିକ ଏହାକୁ ନ ମାନିବାରୁ ପୃଥିବୀର ତାପମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇଚାଲିଛି। ଅନ୍ୟ ପକ୍ଷରେ ଦାରିଦ୍ର୍ୟ ମଧ୍ୟରେ ବାସ କରୁଥିବା ଲୋକମାନେ ଶରୀରକୁ ଥଣ୍ଡା ରଖିବା ପାଇଁ ଆବଶ୍ୟକ ଉପକରଣ କିମ୍ବା ନିରନ୍ତର ବିଜୁଳି ଯୋଗାଣର ସୁବିଧା ପାଉନାହାନ୍ତି। ବିଶ୍ୱର ୭୬ଟି ଦେଶରେ କୁଲିଂ ସୁବିଧା ପାଇବା ପାଇଁ ଅସୁବିଧା ରହିଛି। ବିଶ୍ୱର ୧୨୦ କୋଟି ଲୋକଙ୍କ ପାଖରେ କୁଲିଂ ସୁବିଧା ଉପଲବ୍ଧ ହେଉ ନ ଥିବାରୁ ଗରିବମାନେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ଏହାର ମୁଖ୍ୟ କାରଣ ଦାରିଦ୍ର୍ୟ ତାଙ୍କ ପିଛା ଛାଡ଼ୁନାହିଁ। ବର୍ତ୍ତମାନର ଧାରା ଜାରି ରହିଲେ ଚଳିତ ଦଶନ୍ଧି ଶେଷ ବେଳକୁ ଆହୁରି ଅଧିକ ଲୋକ ଅସୁବିଧାରେ ରହିଥିବେ। ବିଜ୍ଞାନୀମାନେ ୧୦ ବର୍ଷରେ ଯେତିକି ଉତ୍ତାପ ବଢ଼ିବ ବୋଲି ଆକଳନ କରୁଛନ୍ତି, ତାହା ୫ ବର୍ଷ ପୂର୍ବରୁ ଘଟିଯାଇଛି। କୋଇଲା ସଙ୍କଟକୁ ବିଜୁଳି କାଟ ଆହୁରି ସମସ୍ୟା ସୃଷ୍ଟି କରିବ। ପରନ୍ତୁ ସମସ୍ତଙ୍କୁ ବିଜୁଳି ସୁବିଧା ଯୋଗାଇ ଦେବା ଓ ଦାରିଦ୍ର୍ୟ ହ୍ରାସ ପାଇଲେ ଜୀବନ ପ୍ରତି ବିପଦ ଥିବା ଲୋକଙ୍କ ସଂଖ୍ୟା ୩୬% ବା ୪୫ କୋଟି ଅଧିକ ହ୍ରାସ ପାଇବ।
ଗ୍ରାମାଞ୍ଚଳରେ ରହିଥିବା କୃଷକ ଭାଇମାନେ ଅଧିକରୁ ଅଧିକ ଗରିବ ହେବାରେ ଲାଗିଛନ୍ତି। ଭାରତର ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକେ ସମୁଦାୟ ଲୋକସଂଖ୍ୟାର ୩୬% ଗରିବ ଶ୍ରେଣୀର। ଯଦିଓ ଏମାନଙ୍କ ନିକଟରେ ୧୦୦ ପ୍ରତିଶତ ବିଜୁଳି ଉପଲବ୍ଧ ଅଛି। ଏମାନେ ତାହା ବିନିଯୋଗ କରିପାରୁ ନାହାନ୍ତି ଏବଂ ଏମାନଙ୍କ ନିକଟରେ ଶୀତଳ ଉତ୍ପାଦନକାରୀ ଉପକରଣ ନାହିଁ। ଭାରତର ୧୪୦ କୋଟି ଲୋକଙ୍କର ମାତ୍ର ୧୬.୨ କୋଟିର ରେଫ୍ରିଜରେଟର ରହିଛି। ସମଗ୍ର ବିଶ୍ୱରେ ୨୦୨୧ ସୁଦ୍ଧା ୯୬ କୋଟି ଏ.ସି. ରହିଥିଲା। ଭାରତରେ କେବଳ ମଧ୍ୟବିତ୍ତ ଓ ଧନୀକ ଶ୍ରେଣୀର ଲୋକେ ଏ.ସି. ବ୍ୟବହାର କରିଥା’ନ୍ତି। ଭାରତରେ ଅତ୍ୟଧିକ ଉତ୍ତାପ ବର୍ଷରେ ଛଅ ସାତ ମାସ ଗରମର ପ୍ରାଦୁର୍ଭାବ ପରିଲକ୍ଷିତ ହେଉଥିବାରୁ ଏହି ଗରିବ, କୃଷକ, ଶ୍ରମିକଙ୍କର କାର୍ଯ୍ୟଦକ୍ଷତା ହ୍ରାସ ପାଉଛି। ଯାହା ପ୍ରାକୃତିକ ବିପର୍ଯ୍ୟୟ ଗରିବମାନଙ୍କୁ ବହୁ ପରିମାଣରେ କ୍ଷତିଗ୍ରସ୍ତ କରାଏ। ଏମାନଙ୍କ ଦୁଃଖର ଅନ୍ତ ନାହିଁ। କାରଣ କିଛି ପରିବର୍ତ୍ତନ କରିବାକୁ ହେଲେ ଗରିବଙ୍କର ସାହସ ନାହିଁ, ମଧ୍ୟବିତ୍ତଙ୍କ ସମୟ ନାହିଁ, ବଡ଼ ଲୋକଙ୍କର ଆଗ୍ରହ ନାହିଁ, ତେବେ ପ୍ରାକୃତିକ ବିପର୍ଯ୍ୟୟରୁ ଗରିବମାନେ ବଞ୍ଚିବେ କିପରି ? ଅତ୍ୟଧିକ ଗାଡ଼ି ମୋଟର ଉତ୍ତାପ ବୃଦ୍ଧିର ପ୍ରଧାନ କାରଣ। ଏହି ଗରିବ ଶ୍ରେଣୀ ଯେଉଁମାନଙ୍କ ସଂଖ୍ୟା ସର୍ବାଧିକ, ଯେଉଁମାନେ ଦିନରାତି ଏକକରି ଦେଶର ଉନ୍ନତିରେ ମୁଖ୍ୟ ଭାଗୀଦାର ସାଜିଥାନ୍ତି ସେମାନେ ଅକାଳରେ ଝଡ଼ିପଡ଼ୁଛନ୍ତି।
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ: ୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri