Categories: ଜାତୀୟ

ଲୁଣ ମାରିବା କର୍ମଚାରୀଙ୍କ ସମସ୍ୟା ବଢାଉଛି ତାପମାତ୍ରା ବୃଦ୍ଧି, ଦେଖାଗଲାଣି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା

ନୂଆଦିଲ୍ଲୀ,୧୧।୮: ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ବିଶ୍ୱର ଗମ୍ଭୀର ସମସ୍ୟା ହୋଇ ଉଭା ହୋଇଛି। ଗ୍ଲୋବାଲ ଓ୍ବାର୍ମିଂ ଏବେ ଗ୍ଲୋବାଲ ବଏଲିଂର ରୂପ ନେଇଛି। ତାପମାତ୍ରା ବଢିବା ହେତୁ ତାମିଲନାଡୁର ଲୁଣ ମାରିବା କର୍ମଚାରୀଙ୍କ ବୃତ୍ତିଗତ ତଥା ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଛି। ଶ୍ରୀ ରାମଚନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ୍‌ ହାଏର ଏଜୁକେଶନର ଡ. ବିଦ୍ୟା ଭେନୁଗୋପାଲଙ୍କ ନେତୃତ୍ୱରେ ଏକ ଟିମ ଦ୍ୱାରା ଏହି ଅଧ୍ୟୟନ କରାଯାଇଥିଲା।

୨୦୧୭ରୁ ୨୦୨୦ମଧ୍ୟରେ ତାମିଲନାଡୁର ସାତୋଟି ସଲ୍ଟ ପ୍ୟାନରେ ୩୫୨ଜଣ କର୍ମଚାରୀଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନରୁ ଜଣାପଡିଥିଲା କି, କାର୍ଯ୍ୟଭାର ଏବଂ ତାପମାତ୍ରା ବୃଦ୍ଧି ସେମାନଙ୍କ ଚାପଗ୍ରସ୍ତ ହେବାକୁ ବୃଦ୍ଧି କରୁଛି।

ଅଧ୍ୟୟନରୁ ଜଣାପଡିଛି ଯେ ପ୍ରାୟ ୯୦ ପ୍ରତିଶତ କର୍ମଚାରୀ ପ୍ରବଳ ଗରମରେ କାମ କରୁଛନ୍ତି। ଏପରି ପରିସ୍ଥିତିରେ ସେମାନଙ୍କୁ କିଛି ସମୟ ପାଇଁ ବ୍ରେକ ପିରିୟଡ ଦେବାକୁ ଆନ୍ତର୍ଜାତୀୟ ନିୟମାବଳୀ ସୁପାରିଶ କଲେ ମଧ୍ୟ ଅନେକ ସ୍ଥାନରେ ସେ ଏହି ସୁବିଧା ପାଇପାରୁ ନାହାନ୍ତି।

Share